ଓଡ଼ିଶା

ସରିଲା ହାତୀ ଗଣନା, କାଲି ଆସିବ ଚୂଡ଼ାନ୍ତ ରିପୋର୍ଟ

ଭୁବନେଶ୍ୱର: ସାମ୍ନାକୁ ଆସିଛି ହାତୀଙ୍କ ଗଣନା ରିପୋର୍ଟ । ରାଜ୍ୟରେ ମୋଟ କେତେ ହାତୀ ଅଛନ୍ତି ଓ ସେମାନଙ୍କ ସଂରକ୍ଷଣ କିପରି କରାଯାଇପାରିବ ସେନେଇ ତଥ୍ୟା ସାମ୍ନାକୁ ଆସିଥିବା ବେଳେ ଏହାସ ସମ୍ପୂର୍ଣ୍ଣ ତଥ୍ୟ ଆସନ୍ତା କାଲି ପ୍ରକାଶ ପାଇବ । ତେବେ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଶୀତକାଳୀନ ହାତି ଗଣନା ହୋଇଛି ।

ଅନ୍ୟ ପକ୍ଷେ ଗୃହରେ ରାଜ୍ୟରେ ବନ୍ୟପ୍ରାଣୀଙ୍କ ମୃତ୍ୟୁ ନେଇ ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ, ଯେଉଁଥିରେ ଉଲ୍ଲେଖ ଥିଲା ଯେ ଗତ ଜୁଲାଇ ୧ ତାରିଖରୁ ନଭେମ୍ବର ୨୦ ତାରିଖ ଭିତରେ ରାଜ୍ୟରେ ୪୦ରୁ ଅଧିକ ହାତୀ ଆଖି ବୁଜିଥିବାବେଳେ, ୫ଟି କଲରାପତରିଆ, ଆଉ ୨୦୦ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହେଇଛି ।

ଏବେ ବିଭିନ୍ନ ବନଖଣ୍ଡରୁ ଆସିଥିବା ରିପୋର୍ଟକୁ ତର୍ଜମା କରାଯାଉଛି । ଯେଭଳି କୌଣସି ହାତୀ ଦୁଇ ଥର ଗଣତି ନ ହୁଏ, ଫିଲ୍ଡ ଡାଟାର ତାଳମେଳ କରାଯାଉଛି, ଜିପିଏସ କୋଅର୍ଡିନେଟ କରାଯାଉଛି । ଖରା ଦିନେ ହୋଇଥିବା ଗଣନା ବେଳେ ଯେଉଁ ହାତୀ ଗୁଡ଼ିକ ଅଭୟାରଣ୍ୟ ଭିତରେ ଥିଲେ, ଏବେ ସେଗୁଡ଼ିକ ଜନବସତିମୁହାଁ ହୋଇଛନ୍ତି ।

ସେସବୁ ତଥ୍ୟ ଏକାଠି କରାଯାଇ ଆସନ୍ତାକାଲି ସୁଦ୍ଧା ପ୍ରସ୍ତୁତ ହେବ ସମ୍ପୂର୍ଣ୍ଣ ରିପୋର୍ଟ । ଏହାପରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ କେତେ ହାତୀ ଅଛନ୍ତି ଓ ଝାଡ଼ଖଣ୍ଡ, ଛତିଶଗଡ ଓ ପଶ୍ଚିମବଙ୍ଗରୁ କେତେ ହାତୀ ରାଜ୍ୟକୁ ଆସିଛନ୍ତି ତାହାର ସଠିକ ତଥ୍ୟ ଉପସ୍ଥାପନ କରାଯାଇପାରିବ । ଯେପର୍ୟ୍ୟନ୍ତ ରିପୋର୍ଟ ଚୂଡ଼ାନ୍ତ ହୋଇନି, ରାଜ୍ୟରେ କେତେ ହାତୀ କହିବା କେବଳ ଏକ ଆକଳନ ହେବ । ଆଜି ରିପୋର୍ଟ ଚୂଡ଼ାନ୍ତ ହେଉଛି, କାଲି ସନ୍ଧ୍ୟା ସୁଦ୍ଧା କୁହାଯାଇ ପାରିବ ରାଜ୍ୟରେ କେତେ ହାତୀ ଅଛନ୍ତି । ତେବେ ଗତ ଗଣନାରେ ରାଜ୍ୟରେ ୨୦୯୮ ହାତୀ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com