ଭୁବନେଶ୍ୱର: ଆଗତ ହେଲା ଅତିରିକ୍ତ ବଜେଟ୍ । ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଗୃୃହରେ ଅତିରିକ୍ତ ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ୧୨ ହଜାର ୧୫୬ କୋଟି ଟଙ୍କାର ଏକ ବଜେଟ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ରାଜ୍ୟର ଉନ୍ନତି ଦୃଷ୍ଟିକୋଣରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ତିଆରି ହୋଇଛି ତାଲିକା ।
- ରତ୍ନଭଣ୍ଡାର ପାଇଁ ୫ କୋଟି ଟଙ୍କାର ବ୍ୟୟ ଅଟକଳ
- ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି
- ସିଏପିଏଫ ମୁତୟନ ପାଇଁ ୨୯୯ କୋଟି ଟଙ୍କା ବ୍ୟୟବରାଦ
- ପୁଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ପାଇଁ ୫୧ କୋଟି
- ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତି ସୁବିଧା ବିକାଶ ପାଇଁ ୨୬ କୋଟି
- ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସଂପ୍ରସାରଣ ପାଇଁ ୧୨୦ କୋଟି
- ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ ପାଇଁ ୬୬ କୋଟି ଟଙ୍କା
- ମଧୁବାବୁ ପେନସନ୍ ଯୋଜନାରେ ୩୩୮ କୋଟି ଟଙ୍କାର ବ୍ୟବସ୍ଥା
- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟି ବ୍ୟବସ୍ଥା
- ସୁଭଦ୍ରା ଯୋଜନା ପାଇଁ ୧୧୯୬ କୋଟି ଟଙ୍କା ବ୍ୟବସ୍ଥା