ଓଡ଼ିଶା
ବଣ୍ଡାଘାଟିରେ ପହଂଚିବ ସୁଭଦ୍ରା ଯୋଜନା
ମାଲକାନଗିରି: ବଣ୍ଡାଘାଟିରେ ସରକାର ଉପଲବ୍ଧ କରାଇବେ ସରକାରୀ ଯୋଜନା । ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଂଚିବେ ଅଧିକାରୀ । ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ସାମିଲ କରି ସୁଭଦ୍ରା ଯୋଜନାରେ ବଣ୍ଡା ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରାଯିବାର ଯୋଜନା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ସେ କହିଛନ୍ତି, ସରକାରୀ ଅଧିକାରୀ ବଣ୍ଡାଘାଟି ଯାଇ ଲୋକଙ୍କ ପାଖରେ ପହଞ୍ଚିବେ । ଯାହା ସମସ୍ୟା ରହିଛି ତାହାକୁ ଦୂର କରିବେ ସରକାରୀ ଅଧିକାରୀ । ବଣ୍ଡା ଘାଟିର ୧୭୧୧ ମହିଳାଙ୍କ ମଧ୍ୟରୁ ୫ ଶହରୁ ଊର୍ଦ୍ଧ୍ୱ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇ ସାରିଛନ୍ତି ।
ଆବେଦନ ସମସ୍ୟା ନେଇ ଅନ୍ୟ ହିତାଧିକାରୀ ମାନେ ସୁଭଦ୍ରା ଟଙ୍କା ପାଇବାରେ ବିଳମ୍ବ ହୋଇଛି । ଏଣୁ ଯାହା ବି ସମସ୍ୟା ରହିଛି ଦୂର କରାଯାଇ ସେମାନଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରଭାତୀ କହିଛନ୍ତି ।