ଭୁବନେଶ୍ୱର: ଖୁବଶୀଘ୍ର ଲାଗୁ ହେବ ଏନଇପି । ରାଜ୍ୟର ସମସ୍ତ ସ୍କୁଲରେ ଏନଇପିରେ ପାଠ ପଢିବେ ଛାତ୍ରଛାତ୍ରୀ । ସରକାର ଏହାକୁ ହାତକୁ ନେଇଛନ୍ତି । କମିଟି ଗଠନ ହୋଇସାରିଛି, ସୁପାରିଶ ପରେ ମତାମତ ନେଇ ଜଲ୍ଦୀ ଲାଗୁ ହେବ ଏହି ଶିକ୍ଷା ନୀତି । ଏପରି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ସେ କହିଛନ୍ତି ଯେ, ରାଜ୍ୟରେ ସ୍କୁଲ ସ୍ତରରେ ଲାଗୁ ହେବ ଏନିପି । ସରକାର ଗୋଟିଏ ପରେ ଗୋଟିଏ କାମ ହାତକୁ ନେଇଛନ୍ତି । ଏଥିସହ ୬ଟି ସବକମିଟି ଗଠନ ହେବ ସେଥିରେ ସୁପାରିଶ କରାଯାଇ ସମସ୍ତଙ୍କ ମତାମତ ନେଇ ଏନିପି ଲାଗୁ କରାଯିବ । ଗତ ଦିନ ଗୁଡିକରେ ଶିକ୍ଷକ ଅଭାବକୁ ପୂରଣ କରିବା ବ୍ୟବସ୍ଥା ଆମେ କରୁଛୁ । ଶିକ୍ଷା କ୍ଷେତ୍ରରେ ଯାହା ଆବ୍ୟଶକ ତାହା ବିଭାଗ ପୂରଣ ପାଇଁ ଚେଷ୍ଟା କରୁଛି ।