ଝାଡ଼ଖଣ୍ଡ: ଆଜି ଝାଡଖଣ୍ଡକୁ ମିଳିବ ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ । ଆଜି ଶପଥ ନେବେ ଜେଏମଏମ ନେତା ହେମନ୍ତ ସୋରେନ୍ । ଅପରାହ୍ନରେ ରାଞ୍ଚିର ମୋରହାବାଦୀ ମୈଦାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଯେଉଁଥିରେ ରାଜ୍ୟ ପାଇବ ୧୪ତମ ଶାସନକର୍ତ୍ତା ।
ଏଥିରେ ରାହୁଲ ଗାନ୍ଧୀ, ଶରଦ ପାୱାର ଓ ମମତା ବାନାର୍ଜୀଙ୍କ ସମେତ ଇଣ୍ଡିଆ ମେଣ୍ଟର ଅନେକ ବରିଷ୍ଠ ନେତା ସାମିଲ ହେବେ। କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଉତ୍ସବରେ ଯୋଗଦେବେ। ଶପଥ ନେବା ପୂର୍ବରୁ ଟ୍ବିଟ୍ କରି ହେମନ୍ତ ସୋରେନ କହିଛନ୍ତି ଆଜିର ଦିନ ଐତିହାସିକ ହେବ।