ଭୁବନେଶ୍ୱର: ପ୍ରତି ଜିଲ୍ଲାରେ ହେବ ମୁକ୍ତାକାଶ ଜେଲ । ରାଜ୍ୟର ସମସ୍ତ କଏଦୀଙ୍କ ଏଆଇ ସଂଯୋଗିକୃତ ୱେବ ବେସଡ ଡାଟା ତିଆରି ପାଇଁ ପରାମର୍ଶ । ଗୁରୁବାର ଏକ ମାମଲାର ଶୁଣାଣି ବେଳେ ଜେଲ ସଂସ୍କାରକୁ ନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ । ରାଜ୍ୟର ସମସ୍ତ କଏଦୀଙ୍କ ଏଆଇ ସଂଯୋଗିକୃତ ୱେବ ବେସଡ ଡାଟା ତିଆରି ପାଇଁ ହାଇକୋର୍ଟଙ୍କ ପରାମର୍ଶ ଦେଇଛନ୍ତି।
ଅନ୍ୟ ରାଜ୍ୟରେ ଥିବା ମୁକ୍ତାକାଶ ଜେଲ ସମ୍ପର୍କରେ ଅନୁଧ୍ୟାନ କରି ଓଡିଶାରେ ତାହା କିପରି ଲାଗୁ କରାଯାଇ ପାରିବ ସେ ନେଇ ଜେଲ ଡିଜିଙ୍କୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି।
ଆସନ୍ତା ଏକ ସପ୍ତାହ ମଧ୍ୟରେ ଏ ନେଇ ସତ୍ୟପାଠ ଦାଖଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜେଲ ବିଭାଗ ଓ ଏନଆଇସି ମଧ୍ୟରେ ଏ ନେଇ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ପ୍ରଥମ ପର୍ୟ୍ୟାୟ ପାଇଁ ଦୁଇ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ବୋଲି କୋର୍ଟକୁ ଜଣେଇଛନ୍ତି ସରକାର।