Featuredଓଡ଼ିଶା

ସୁଭଦ୍ରା ପାଇଁ ଆରମ୍ଭ ହେଲା ଭେରିଫିକେସନ ପ୍ରକ୍ରିୟା, ୧୫ ଦିନରେ କାମ ସାରିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ

ମାଲକାନଗିରି: ସୁଭଦ୍ରା ଯୋଜନାରେ ଆରମ୍ଭ ହୋଇଛି ଭେରିଫିକେସନ ପ୍ରକ୍ରିୟା । ମହିଳାମାନଙ୍କୁ ଅଧିକରୁ ଅଧିକ ଏଥିରେ ସାମିଲ କରିବା ପାଇଁ ଗୁରୁତ୍ୱ ଦେଉଛି ବିଭାଗ । ବିଶେଷ କରି ମାଲକାନଗିରି, ଗଜପତି ଓ କୋରାପୁଟରେ ଅଧିକ ସୁଭଦ୍ରା ରିଜେକ୍ସନ ହୋଇଛି । ସେହି ସ୍ଥାନ ଗୁଡିକୁ ଗୁରୁତ୍ୱ ଦିଆଯାଇ ଭେରିଫିକେସନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଯାହାକୁ ୧୫ ଦିନ ମଧ୍ୟରେ ସାରିବାକୁ ନିଦେ୍ର୍ଦଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏବେ ଯେଉଁ ଜିଲ୍ଲାରେ କମ୍ ରେଜିଷ୍ଟ୍ରେସନ ହୋଇଛି କିନ୍ତୁ ବେଶୀ ରିଜେକ୍ସନ ହୋଇଛି ସେହି ସବୁ ସ୍ଥାନକୁ ଅଧିକ ଫୋକସ୍ କରାଯାଉଛି। ଏବେ ମାଲକାନଗିରିରେ ଦୁଇଟି ବ୍ଲକର ଦୁଇଟି ପଞ୍ଚାୟତରେ ରିଜେକ୍ସନ ରିପୋର୍ଟ ଆସିଥିଲା। ସେଠାରେ ବୁଧବାର ଠାରୁ ଟିମ୍ ପହଞ୍ଚିଛନ୍ତି। ସିଡିପିଓଙ୍କ ଦାୟିତ୍ଵରେ ଭେରିଫିକେସନ ଚାଲିଛି। ୧୫ ଦିନ ଭିତରେ ଯାଞ୍ଚ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ସମସ୍ତେ ସୁଭଦ୍ରା ଟଙ୍କା ପାଇବେ। ଯେଉଁମାନେ ପ୍ରଥମେ ଆବେଦନ କରିଥିଲେ, ସେମାନଙ୍କର ସର୍ଭର ଡାଉନ ପାଇଁ ଅଟକିଥିଲା। ହୁଏତ ଦ୍ୱିତୀୟ ଥର ଆବେଦନ କରି ନାହାଁନ୍ତି। ତେଣୁ ରିଜେକ୍ସନ ଅଧିକ ହୋଇଛି। ପ୍ରତି ଜିଲ୍ଲାରେ ୫ ହଜାର ଲେଖାଏଁ ହେଲେ ଟାର୍ଗେଟ ହୋଇଯିବ। ଏପର୍ୟ୍ୟନ୍ତ କୋଟିଏ ୬ ଲକ୍ଷ ଆବେଦନ ହୋଇଛି । ୨୨ ପ୍ରତିଶତ ଭେରିଫିକେସନ ହୋଇଛି, ବାକି ଜାରି ରହିଛି। ଯେଉଁମାନଙ୍କୁ ୨୧ ପୁରିଲା ସେମାନେ ବି ଆବେଦନ କଲେ ପାଇବେ।

Related Articles

Back to top button
WP Twitter Auto Publish Powered By : XYZScripts.com