ଓଡ଼ିଶାମନୋରଞ୍ଜନ

ଓଡ଼ିଶାରେ ଟ୍ୟାକ୍ସ ଫ୍ରି ହେଲା ‘ଦି ସାବରମତି ରିପୋର୍ଟ’

ଭୁବନେଶ୍ୱର: ଓଡ଼ିଶାରେ ଟ୍ୟାକ୍ସ ଫ୍ରି ହେଲା ‘ଦି ସାବରମତି ରିପୋର୍ଟ’ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଟିକସ ମୁକ୍ତ କରାଯାଇଛି । ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ପରେ ଏବେ ଓଡ଼ିଶାରେ ମଧ୍ୟ ଏହାକୁ କରକୁ ଛାଡ କରାଯାଇଛି । ଗୋଦ୍ରା ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଜବରଦସ୍ତ ରେସ୍‌ପନ୍ସ ମିଳୁଛି। ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତଙ୍କ କାର୍ୟ୍ୟକୁ ମଧ୍ୟ ପ୍ରଶଂସା କରାଯାଉଛି।

ଗୋଟିଏ ପରେ ଗୋଟିଏ ବିଜେପି ଶାସିତ ରାଜ୍ୟ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଉପରେ ଟିକସ ଛାଡ଼ ନେଇ ଘୋଷଣା କରିଛନ୍ତି। ଏହି କ୍ରମରେ ସାମିଲ ହୋଇଛନ୍ତି ରାଜ୍ୟର ମୋହନ ମାଝୀ ସରକାର। ଓଡ଼ିଶାରେ ସାବରମତୀ ରିପୋର୍ଟ ଟ୍ୟାକ୍ସ ଫ୍ରି ହୋଇଥିବା ନେଇ ଗୁରୁବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଂଗ ଗୃହରେ ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com