Featuredଓଡ଼ିଶା

କେଉଁ କେଉଁ ଯାଗାକୁ ଯିବେ ମୋଦି?

ଭୁବନେଶ୍ୱର: ଆଜି ଓଡ଼ିଶା ଅସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ ଦିନିଆ ଗସ୍ତରେ ତାଙ୍କ ସୁରକ୍ଷାକୁ ନେଇ ତତ୍ପର ସମସ୍ତ ବିଭାଗ । ବିଶେଷ କରି ପୁଲିସ ବିଭାଗ ପକ୍ଷରୁ ଯେଉଁ ସବୁ ପ୍ରୋଟୋକଲ ରହିଛି ତାକୁ ତନ୍ନ ତନ୍ନ କରି ଯାଂଚ କରାଯାଉଛି । ତେବେ ଅପରାହ୍ନ ୪ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ ପିଏମ ମୋଦି ।
ଓଡ଼ିଶାରେ ମୋଦୀଙ୍କ ୩ ଦିନର କାର୍ୟ୍ୟସୂଚୀ

– ଅପରାହ୍ନ ୪ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
– କଡ଼ା ସୁରକ୍ଷାରେ ଯାଇ ୫ଟା ୧୫ ମିନିଟରେ ରାଜଭବନରେ ପହଞ୍ଚିବେ
– ସଂଧ୍ୟା ୬ଟା ୨୦ରୁ ରାଜଭବନରୁ ବାହାରି ରାଜ୍ୟ ବିଜେପି କାର୍ୟ୍ୟାଳୟକୁ ଯିବେ
– ଦଳୀୟ ବିଧାୟକ, ମନ୍ତ୍ରୀ, ସାସଂଦ, ପଦାଧିକାରୀଙ୍କ ସହ କରିବେ ବୈଠକ
– ଦଳ ଓ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ କରିବେ ସମୀକ୍ଷା
– ପାର୍ଟି କାର୍ୟ୍ୟାଳୟରେ ରାତ୍ରୀଭୋଜନ କରିବାର କାର୍ୟ୍ୟକ୍ରମ
– ରାତି ୮ଟା ୩୦ରେ ରାଜ୍ୟ କାର୍ୟ୍ୟାଳୟରୁ ରାଜଭବନ ଯିବେ
– ୩୦ ତାରିଖ ସକାଳ ୮ଟା ୩୦ରେ ରାଜଭବନରୁ ବାହାରିବେ ପ୍ରଧାନମନ୍ତ୍ରୀ
– ଲୋକସେବା ଭବନ କନ୍‌ଭେନସନ ସେଣ୍ଟରରେ ଡିଜିପି ସମ୍ମିଳନୀରେ ହେବେ ସାମିଲ
– ରାତି ୮ଟା ପର୍ୟ୍ୟନ୍ତ ରହିବେ ସମ୍ମିଳନୀରେ ରହିବେ ପ୍ରଧାନମନ୍ତ୍ରୀ
-ଏହାପରେ ସେ ରାତି ୮ଟାରେ ସିଧାସଳଖ ରାଜଭବନ ଯିବେ
-ଡିସେମ୍ବର ୧ରେ ସମ୍ମିଳନୀର ଦ୍ବିତୀୟ ଦିନରେ ବି ଯୋଗଦେବେ ମୋଦୀ
-ଅପରାହ୍ନ ୪ଟା ୧୫ ପର୍ୟ୍ୟନ୍ତ କନ୍‌ଭେନସନ ସେଣ୍ଟରଠାରେ ରହିବେ
– ଅପରାହ୍ନ ୪ଟା ୩୦ରେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବାର କାର୍ୟ୍ୟକ୍ରମ

Related Articles

Back to top button
WP Twitter Auto Publish Powered By : XYZScripts.com