ଭୁବନେଶ୍ୱର: ପିଲାଙ୍କ ଖାଇବାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ । ପିଏମ୍ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି ରାଜ୍ୟ ସରକାର । ଡିସେମ୍ବର ପହିଲାରୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଣିକି ବର୍ଦ୍ଧିତ ଦରରେ ମିଳିବ ମଧ୍ୟାହ୍ନ ଭୋଜନ ।
ଏହି ବର୍ଦ୍ଧିତ ଦର ଅନୁଯାୟୀ, ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖର୍ଚ୍ଚ ୭ ଟଙ୍କା ୬୪ ପଇସାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏଥିପାଇଁ ୫ ଟଙ୍କା ୯୦ ପଇସା ଖର୍ଚ୍ଚ ହେଉଥିଲା । ସେହିଭଳି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖର୍ଚ୍ଚ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି ହୋଇଛି । ପୂର୍ବରୁ ଏହା ୮ ଟଙ୍କା ୮୨ ପଇସା ଥିଲା ।