ମହାରାଷ୍ଟ୍ର: ସସପେନ୍ସରେ ଲାଗିଲା ରୋକ । ନୂଆ ମୁଖ୍ୟମନ୍ତ୍ରୀ ହେଲେ ଫଡନାବିସ । ପୁଣି ଆଉ ଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବେ ଦେବେନ୍ଦ୍ର ଫଡନାବିସ । ବୁଧବାର ଅନୁଷ୍ଠିତ ମହାୟୁତି ବୈଠକରେ ଦେବେନ୍ଦ୍ର ଫଡନବୀସଙ୍କ ନାଁରେ ବାଜିଛି ମୋହର । ଦେବେନ୍ଦ୍ର ଫଡନବୀସ ବିଜେପିର ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି ।ମହାୟୁତି ବୈଠକରେ ଏକନାଥ ସିନ୍ଦେ ଏବଂ ଅଜିତ ପାୱାରଙ୍କୁ ମହାରାଷ୍ଟ୍ରର ଡେପୁଟି ସିଏମ୍ କରିବାକୁ ସହମତି ପ୍ରକାଶ ପାଇଛି ।
ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ଭେଟି ତାଙ୍କ ସମର୍ଥକ ତଥା ବିଧାୟକଙ୍କ ନାମ ସହିତ ସରକାର ଗଠନ ପାଇଁ ଦାବି କରିବେ । ଡିସେମ୍ବର ୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ମହାରାଷ୍ଟ୍ରର ଆଜାଦ ମୈଦାନରେ ଏହି ଶପଥ ଗ୍ରହଣ କାର୍ୟ୍ୟକ୍ରମ ଆୟୋଜିତ ହେବ । ଏହି କାର୍ୟ୍ୟକ୍ରମରେ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ରହିବେ ।