Featuredଓଡ଼ିଶାରାଜନୀତି

ରାଜ୍ୟରେ କୋଟି କୋଟି ଟଙ୍କା ବାକିରେ ଚାଲିଛି ବିଦ୍ୟୁତ୍ ବିତରଣ

ଭୁବନେଶ୍ୱର: ହୁଲୁସ୍ତୁଲ ବିଧାନସଭା । ବିଭିନ୍ନ ପ୍ରସଙ୍ଗ ନେଇ ଗୃହ ସରଗରମ । ବିଶେଷ କରି ବିଜେପି ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନ ପରେ ସାମ୍ନାକୁ ଆସିଛି ତଥ୍ୟା । ସାଧାରଣ ଲୋକଙ୍କ ଉପରେ କିପରି ଦାଉ ସାଜୁଛି ଏବଂ ଲୋକେ କିପରି ହନ୍ତସନ୍ତ ହେଉଛନ୍ତି ତାକୁ ନେଇ ଉଷ୍ମ ଶୀତ କାଳୀନ ଅଧିବେଶନ । ଅନେକ ସମୟରେ ବିଦ୍ୟୁତ ବିଲ୍ ବାକି ପଡିଥିବାରୁ, ଲୋକଙ୍କ ଲାଇନ୍ କାଟିଦେଉଛନ୍ତି ବିଦ୍ୟୁତ୍ ବିତରଣ କମ୍ପାନୀ । ଗରିବ ଲୋକଟିଏ ବିଦ୍ୟୁତ ବିଲ୍ ନଦେଇ ପାରିଲେ, କମ୍ପାନୀ ତା ଉପରେ ଦାଉ ସାଜୁଛି । ହେଲେ ବିଧାନସଭାରୁ ଯେଉଁ ତଥ୍ୟ ଆସିଛି,ତାହା ଆପଣଙ୍କୁ ଆଶ୍ଚର୍ୟ୍ୟ କରିଦେବ ।

ରାଜ୍ୟର ୪ ବିଦ୍ୟୁତ ବିତରକ କମ୍ପାନୀ ଉପରେ ବାକି ପଡିଛି ୬ ହଜାରରୁ ଅଧିକ କୋଟି ଟଙ୍କା । ଏନେଇ ଗୃହରେ ତଥ୍ୟ ରଖି ଲିଖିତ ଉତ୍ତର ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ । ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର କହିଥିଲେ ଯେ, ରାଜ୍ୟର କେଉଁ ବିଦ୍ୟୁତ ଆବଣ୍ଟନ କମ୍ପାନୀ ଓ ଦେଶର କେଉଁ ବିଦ୍ୟୁତ ବଣ୍ଟନ କମ୍ପାନୀ ଉପରେ ସରକାରଙ୍କ କେତେ ପ୍ରାପ୍ୟ ବାକି ଅଛି? ଯାହାର ଉତ୍ତର ଦେଇ ଶକ୍ତି ମନ୍ତ୍ରୀ ତଥା ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୪ ବିଦ୍ୟୁତ ବିତରକ କମ୍ପାନୀ ଉପରେ ମୋଟ ୬ ହଜାର ୫୮୭ କୋଟି ଟଙ୍କା ବାକି ପଡିଛି । ତା ଭିତରୁ ସେସୁ ପାଖରେ ୨ ହଜାର ୬୫୧ କୋଟି ବାକି ପଡିଥିବାବେଳେ, ନେସ୍କୋ ପାଖରେ ୯୫୮ କୋଟି, ଓ୍ୱେସ୍କୋ ପାଖରେ ୧ ହଜାର ୬୭୬ କୋଟି ଆଉ ସାଉଥକ୍କୋ ପାଖରେ ୧୩୦୦ କୋଟି ଟଙ୍କା ବାକି ପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com