![](https://i0.wp.com/odia.mobilenews24x7.com/wp-content/uploads/2024/12/DevendraFadnavis-stockimage-14-thumbnail.webp?resize=780%2C470&ssl=1)
ମହାରାଷ୍ଟ୍ର: ଆଜି ଶପଥ ନେବେ ଫଡନାଭିସ । ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେବେ ଦାୟିତ୍ୱ । ଆଜିଠୁ ମହାରାଷ୍ଟ୍ରରେ ଚାଲିବ ଫଡନାଭିସ ସରକାର । ସଂଧ୍ୟା ୫ଟା ୩୦ରେ ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଫଡନାଭିସ୍ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର, ୯ରୁ ୧୦ ଜଣ କେନ୍ଦ୍ରମନ୍ତ୍ରୀ, ୧୯ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ସାମିଲ ହେବେ ।
ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ଜନସମୁଦ୍ର ପାଲଟିବ ଆଜାଦ ମୈଦାନ । ଦଳୀୟ ବିଜେପି କର୍ମୀ, ଭିଆଇପି, ଭିଭିଆଇପି ଏଥିରେ ସାମିଲ ହେବେ । ଯାହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପାଖାପାଖି ୪ ହଜାର ୫ଶହ ପୋଲିସ ଓ ୫୨୦ ଅଧିକାରୀ ମୁତୟନ ହେବେ ।