ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ଲଞ୍ଚ ହେଲା ପ୍ରୋବା-୩ ସାଟେଲାଇଟ

ଶ୍ରୀହରିକୋଟା: ମହାକାଶ ବିଜ୍ଞାନ କ୍ଷେତ୍ରରେ ପୁଣି ନୂଆ ଇତିହାସ ରଚିଲା ଇସ୍ରୋ । ଅପରାହ୍ନ୪ଟା ୧୨ରେ ଲଞ୍ଚ ହେଲା ପ୍ରୋବା-୩ ସାଟେଲାଇଟ । ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଲଞ୍ଚ କରାଯାଇଛି ଏହି ମିଶାଇଲ । ପିଏସଏଲଭି-ସି୫୯ ରକେଟ ଯୋଗେ ଉତକ୍ଷେପଣ ହୋଇଛି ।

ସୂର୍ୟ୍ୟର କରୋନାବଳୟର ଅଧ୍ୟୟନ କରିବ ପ୍ରୋବା-୩ ସାଟେଲାଇଟ । ହାଇ-କୋରୋନା ଓ ଲୋ-କୋରୋନା ମଧ୍ୟରେ ଥିବା କଳା ଅଂଶର ଅଧ୍ୟୟନ କରିବ । ସୌର ପବନ ଓ କୋରୋନାଲ ମାସ୍‌ ଇଜେକ୍ସନର ମଧ୍ୟ ଅଧ୍ୟୟନ କରିବ ବୋଲି କହିଛନ୍ତି ବୈଜ୍ଞାନିକ । ପ୍ରୋବା-୩ ସ୍ପେସକ୍ରାଫ୍ଟର ଦୁଇଟି ଅଂଶ ରହିଥିବା ବେଳେ ସାଟେଲାଇଟର ଓଜନ ରହିଛି ୩୧୦ କିଲୋଗ୍ରାମ । ୨୦୦୧ରେ ପ୍ରୋବା-୧ ଓ ୨୦୦୯ରେ ପ୍ରୋବା-୨ ଲଞ୍ଚ କରିଥିଲା ଇସ୍ରୋ ।

Related Articles

Back to top button
WP Twitter Auto Publish Powered By : XYZScripts.com