
ଭୁବନେଶ୍ୱର: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ତିନି ଦିନ ଥିବା ବେଳେ ପୂର୍ବ ଦିନମାନଙ୍କ ଭଳି ଆଜି ବି ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଓୟୁଏଟିର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଏଥିସହ ନୂତନ ଜୁଡିସିଆଲ୍ କୋର୍ଟ କଂପ୍ଲେକ୍ସର ଉଦଘାଟନୀ ଉତ୍ସବରେ ମଧ୍ୟ ମୁଖ୍ୟ ଅତିଥି ଭାବେ ସାମିଲ ହେବେ। ପରେ ରାଜଭବନ ଫେରି ରାତ୍ରୀ ଭୋଜନ କରିବା ସହ ରାତ୍ରିଯାପନ କରିବା କାର୍ୟ୍ୟକ୍ରମ ରହିଛି।