Featuredଓଡ଼ିଶାରାଜନୀତି

ଆଦାନୀକୁ ମୋହନ ଟେକିଦେଲେ ଗୋପାଳପୁର ପୋର୍ଟ, ପ୍ରଶ୍ନ ଉଠାଇଲେ ସପ୍ତଗିରି

ଭୁବନେଶ୍ୱର: ଆଦାନୀ ହାତକୁ ଯାଉଛି ଓଡ଼ିଶା । ଟେକି ଦେଉଛନ୍ତି ରାଜ୍ୟ ସରକାର । ଓଡ଼ିଆ ଅସ୍ମିତା କହି କହି ଓଡ଼ିଶାକୁ ବିକି୍ର କରୁଛନ୍ତି ମୋହନ ସରକାର । ବିକାଶ ନାଁରେ ଆଦାନୀ ଗ୍ରୁପକୁ ସବୁ କିଛି ଦେବାକୁ ନେଇ ଉଠିଛି ପ୍ରଶ୍ନ । ହେଲେ ଆଦାନୀ ହିଁ କ’ଣ ପାଇଁ? ଓଡ଼ିଆ ଲୋକେ କୁଆଡେ ଗଲେ? ଏନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେ ମୋହନ ସରକାରଙ୍କୁ ଆଦାନୀ ଗ୍ରୁପ ଦ୍ୱାରା ଲେଖାଯାଇଥିବା ପ୍ରସ୍ତାବକୁ ନେଇ ଲେଖିଛନ୍ତି ।

ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅନ୍ତର୍ଗତ ଓଡ଼ିଶାର ରାୟାଗଡ ଦେଇ ଗୋପାଳପୁର ବନ୍ଦରରୁ ଜୟପୁରକୁ ସଂଯୋଗ କରୁଥିବା ଏକ ଅର୍ଥନୈତିକ କରିଡର ବିକାଶ କରିବାକୁ ଆଦାନୀ ଗ୍ରୁପ୍ ପ୍ରସ୍ତାବ ଦେଇଛି। ଯେଉଁଥିରେ ଗୋପାଳପୁର ବନ୍ଦର, ରାୟଗଡ଼-କୋରାପୁଟ-ଜୟପୁର ପରି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଅଂଚଳକୁ ବୁଟ (ନିର୍ମାଣ, ମାଲିକ, କାର୍ୟ୍ୟ, ସ୍ଥାନାନ୍ତର) ମଡେଲ ଅଧୀନରେ ଅର୍ଥନୈତିକ କରିଡରରେ ସାମିଲ କରାଯାଇଛି । ଯାହାକୁ ନେଇ ଏବେ କଂଗ୍ରେସ ମହଲରେ ଓଡ଼ିଆ ଅସ୍ମିତାକୁ ନେଇ ସରଗରମ ହୋଇଛି ରାଜନୀତି ।

Related Articles

Back to top button
WP Twitter Auto Publish Powered By : XYZScripts.com