
ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଆଇପିଏସ ଆଶିଷ ସିଂ । ଏଥର ଚର୍ଚ୍ଚା କିନ୍ତୁ କେନ୍ଦ୍ରୀୟ ଡେପୁଟେସନ ପାଇଁ । କେନ୍ଦ୍ରରେ ଇଣ୍ଡୋ-ତୀବ୍ଦତୀୟାନ ତାଇବାନ ବର୍ଡର ବା ଆଇଟିବିପି ଆ.ଜି. ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଲେଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଆଗାମୀ ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସେ ଡେପୁଟେସନ୍ରେ କାର୍ୟ୍ୟ କରିବେ ।
ଗତ ସାଧାରଣ ନିର୍ବାଚନ ସମୟରେ ଛୁଟିରେ ରହି ସେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା । ଏହାପରେ ଭାରତୀୟ ନିର୍ବାଚନ କମିଶନ ଏମସ ମେଡିକାଲ ବୋର୍ଡ ଗଠନ କରି ଆଶିଷଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମେଡିକାଲ ରିପୋର୍ଟରୁ ସେ ସାରରୀକ ଏବଂ ମାନସିକ ଭାବେ ସୁସ୍ଥ ଥିବା ସ୍ପଷ୍ଟ ହୋଇଥିଲା। ପରେ ଗୃହ ବିଭାଗ ଆଶିଷ ଚାକିରିରେ ଯୋଗ ଦେଲେଣି କି ନାହିଁ ବୋଲି ପୋଲିସ୍ ଡିଜିଙ୍କୁ ପଚାରିଥିଲା । ଜୁନ୍ ୩ରୁ ଆଶିଷ ଚାକିରିରେ ଯୋଗ ଦେଇଥିବା ସ୍ପଷ୍ଟ କରିଥିଲା ଗୃହ ବିଭାଗ ।
ରାଜ୍ୟରେ ବିଜେପି ସରକାର ଗଠନ ହେବାପରେ ଜୁଲାଇରୁ ବଦଳି ହୋଇ ଗୃହ ବିଭାଗ ଓଏସଡି ଭାବେ କାର୍ଯ୍ୟ କରୁଥିଲେ ଆଶିଷ । ଏବେ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିଦେ୍ର୍ଦଶ ଅନୁସାରେ ଡେପୁଟେସରେ କାର୍ଯ୍ୟ କରିବେ ୨୦୦୪ ବ୍ୟାଚର ଏହି ଆଇପିଏସ ।