ଓଡ଼ିଶା

ନନ୍ଦନକାନନ ଚିଡିଆଖାନାରେ ଚିତା ଦେଖିପାରିବେ ପର୍ଯ୍ୟଟକ ? ଚାଲିଛି ଜୋରଦାର ଉଦ୍ୟମ

ଭୁବନେଶ୍ୱର: ଚଳିତ ବର୍ଷ ନନ୍ଦନକାନନ ଚିଡିଆଖାନାରେ ପର୍ଯ୍ୟଟକ ଦେଖିପାରିବେ ନୂତନ ପ୍ରଜାତିର ବନ୍ୟଜନ୍ତୁ । ଚିତା,ଧଳା ସିଂହ,ୱାଲେବି (କଙ୍ଗାରୁ ପରିବାରର),ଲେମୁର ସହ ବିଭିନ୍ନ ପ୍ରଜାତିର ପକ୍ଷୀ । ଜନ୍ତୁ ଅଦଳବଦଳ ନେଇ ଆସାମ,ହାଇଦ୍ରାବାଦ ଓ ଆଇଜଲ ଚିଡିଆଖାନା ସହିତ ଏକ ଏମଓୟୁ ସ୍ଵାକ୍ଷରିତ ହୋଇଛି ।

ଏହା ସହ ନନ୍ଦନକାନନ ଚିଡିଆଖାନାକୁ ଚିତା ଆଣିବା ପାଇଁ ଦୁବାଇର ଚିଡିଆଖାନା ମଧ୍ୟ ଆଲୋଚନା ହୋଇଛି । ଏନେଇ ୨ ରୁ ୩ ଟି ପ୍ରସ୍ତାବ କେନ୍ଦ୍ରୀୟ ଚିଡିଆଖାନ କତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି ।

ଅନୁମତି ମିଳିବା ପରେ ଚଳିତ ବର୍ଷ ଶେଷ ସୁଦ୍ଧା ଅର୍ଥାତ ଡିସେମ୍ବର ୨୦୨୨ ସୁଦ୍ଧା ନନ୍ଦନକାନନ ଚିଡିଆଖାନାରେ ପର୍ଯ୍ୟଟକ ଦେଖିପାରିବେ ବିଦେଶୀ ଆଉ ନୂତନ ବନ୍ୟଜନ୍ତୁ । ଯଦି ନନ୍ଦନକାନନ କତ୍ତୃପକ୍ଷଙ୍କ ଉଦ୍ୟମ ସଫଳ ହୁଏ ତେବେ ଚିତା ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିବ ।

Related Articles

Back to top button
WP Twitter Auto Publish Powered By : XYZScripts.com