Featuredଜାତୀୟରାଜନୀତି

ଆଦାନୀ ଝଡ଼ରେ ଉଷ୍ମ ହେଉଛି ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ଆଦାନୀ ଝଡ଼ରେ ଉଷ୍ମ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଲଗାତାର ଭାବେ ସଂସଦରେ ଉଠୁଛି ଆଦାନୀ ପ୍ରସଙ୍ଗ । ପ୍ରଥମ ସପ୍ତାହରେ ଯେଉଁଭଳି ସ୍ଥିତି ଥିଲା ତାହା ଏବେ ବି ବଜାୟ ରହିଛି । କଂଗ୍ରେସ ଦଳର ସଦସ୍ୟମାନେ ଆଦାନୀ ପ୍ରସଙ୍ଗକୁ ନେଇ ଗୃହ ଓ ଗୃହ ବାହାରେ କରିଛନ୍ତି ନାରାବାଜି । ସେମାନଙ୍କ ଦାବି ରହୁଛି ଯେ ଦେଶରେ ଚାଲିଥିବା ଏହି ସରଗରମ ପ୍ରସଙ୍ଗକୁ ନେଇ ସରକାର ଆଲୋଚନା କରନ୍ତୁ । ସୋମବାର ଗୃହ କାର୍ୟ୍ୟ ଆରମ୍ଭ ପୂର୍ବରୁ ହିଁ ବିରୋଧୀ ସାଂସଦ ପରିସରରେ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଛନ୍ତି । ମୁହଁରେ ମୋଦୀ-ଆଦାନୀ ମୁଖା ପିନ୍ଧି ଜୋରଦାର ପ୍ରଦର୍ଶନ କରିଛନ୍ତି । ଆମେରିକା ଆଣିଥିବା ଲାଞ୍ଚ ଅଭିଯୋଗ ମାମଲାରେ ତଦନ୍ତ ଦାବିରେ ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com