
ପୁରୀ: ୧୬ରୁ ରତ୍ନଭଣ୍ଡାର ମରାମତି । ମରାମତି କରିବ ଏଏସଆଇ । ଏନେଇ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମିଳିଛି ସୂଚନା । ଆସନ୍ତା ୧୬ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କରାଯିବା ଲାଗି ଦିନ ଧାର୍ୟ୍ୟ ହୋଇଛି । ରତ୍ନଭଣ୍ଡାର ମରାମତି ନେଇ ନୀତି ସବ୍କମିଟି ବୈଠକରେ ନିଷ୍ପତ୍ତି ନିଆଯିବ। ମରାମତି ପାଇଁ ଦୈନିକ ୫ରୁ ୬ଘଣ୍ଟା ସମୟ ଲାଗିବ। ପ୍ରଥମେ ବାହାର ଏବଂ ପରବର୍ତ୍ତୀ ସମୟରେ ଭିତର ରତ୍ନଭଣ୍ଡାର ମରାମତି କାର୍ୟ୍ୟ କରାଯିବ। କୌଣସି ସ୍ଥାନରେ ପଥର ବଦଳାଇବାର ଆବଶ୍ୟକତା ଥିଲେ ବଦଳାଯିବ।
ଅନ୍ୟପଟେ ରତ୍ନଭଣ୍ଡାର ମରାମତିକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ମରାମତି ଶେଷରେ ଅଳଙ୍କାର ଆସିଲା ପରେ ଗଣତି ମଣତି ହେବ। ଜାନୁୟାରୀ ୩୧ ମଧ୍ୟରେ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।