ପୁରୀ: ଖୁବଶୀଘ୍ର ମରାମତି ଓ ପରେ ହେବ ଗଣତି ମଣତି । ରତ୍ନଭଣ୍ଡାରର ମରାମତିକୁ ନେଇ ପୂର୍ବରୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବୟାନ ସାମ୍ନାକୁ ଆସିଥିଲା । ତେବେ ଆଜି ଅନୁଷ୍ଠିତ ହେବାକୁ ଥିବା ଛତିଶା ନିଯୋଗ ବୈଠକରେ ଏହାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ସାମ୍ନାକୁ ଆସିବ । ଶ୍ରୀମନ୍ଦିର କାର୍ୟ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ତେବେ ଆସନ୍ତା ୧୬ ତାରିଖ ଠାରୁ ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ଆରମ୍ଭ ହେଉଥିବାରୁ ସେନେଇ ନୀତି ନିର୍ଘଣ୍ଟ ଉପରେ ବୈଠକରେ ଆଲୋଚନା ହେବ। ରତ୍ନଭଣ୍ଡାର ମରାମତି କେଉଁ ସମୟରେ ଏବଂ କେତେ ସମୟ କରାଯିବ ସେନେଇ ବୈଠକରେ ନିଷ୍ପତ୍ତି ନିଆଯିବ। ରତ୍ନଭଣ୍ଡାର ମରାମତି ସମୟରେ ଠାକୁରଙ୍କ ସେବା ପୂଜା ଓ ଭକ୍ତଙ୍କ ଦର୍ଶନରେ ଯେଭଳି କୌଣସି ଅସୁବିଧା ନହେବ ସେନେଇ ବିଶେଷ ଗୁରୁତ୍ବ ଦିଆଯିବ। ଏଥିସହ ଆସନ୍ତାବର୍ଷ ଜାନୁୟାରୀ ୧୩ ତାରିଖରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁଥିବା ଦେବାଭିଷେକ ପୂର୍ଣ୍ଣିମା ନୀତିନିର୍ଘଣ୍ଟ ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟ ନେଇ ମଧ୍ୟ ବୈଠକରେ ଆଲୋଚନା ହେବ।
Related Articles
Check Also
Close