ଭୁବନେଶ୍ୱର: କୁହୁଡ଼ି ପରସ୍ତରେ ଟ୍ୱିନ ସିଟି । ଘନ କୁହୁଡ଼ି ସାଙ୍ଗକୁ ଝିପଝିପ ବର୍ଷା । କୋହଲା ପାଗର ଆସ୍ତରଣରେ ରାଜ୍ୟବାସୀ । ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଟ୍ବିନସିଟିରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଏହା ସହ କୁହୁଡି ମଧ୍ୟ ଅନୁଭୂତ ହେଉଛି। ପାଗ ପୁରା କୋହଲା ରହିଛି। ଆଜି ଉପକୂଳ ଓଡ଼ିଶା ଓ ଆଭିନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଏହା ପରେ ରାଜ୍ୟରେ ପାରଦ ୩ରୁ ୫ ହିଗ୍ରୀ ସେଲସିୟସ୍ ଖସିପାରେ। ଆଜି ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଝିପିଝିପି ବର୍ଷା ଭିତରେ ରାଜ୍ୟରେ ପାରଦ ୩ରୁ ୫ ଡିଗ୍ରୀ ସେଲ୍ସିୟସ୍ ଖସିପାରେ। ଆସନ୍ତା ୩ ଦିନ ପର୍ୟ୍ୟନ୍ତ ରାତି ତାପମାତ୍ରା ଏପରି ରହିପାରେ।
Related Articles
Check Also
Close
-
କନ୍ଧମାଳରେ ସିଆରପିଏଫ ଏଡିଜି, ମାଓ ମୁକାବିଲା ନେଇ ଆଲୋଚନାJune 17, 2022