Featuredଓଡ଼ିଶାରାଜନୀତି

ସୁଭଦ୍ରାକୁ ନେଇ ରଣେନ୍ଦ୍ରଙ୍କ ପ୍ରଶ୍ନ, ୨୭ ଟଙ୍କାରେ ଉଦ୍ଦ୍ୟୋଗୀ ବନେଇବା ସମ୍ଭବ କି?

ଭୁବନେଶ୍ୱର: କଥା ଗୋଟେ, କିନ୍ତୁ କାମ ଆଉ ଗୋଟେ । ସରକାରଙ୍କ କଥା ଓ କାମରେ ଖାଉନି ତାମମେଳ । କହିଲେ ଗୋଟେ କିନ୍ତୁ କରୁଛନ୍ତି ଆଉ ଗୋଟେ । ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସୁଭଦ୍ରା ଯୋଜନାରେ ୨ ବର୍ଷରେ ୫୦ ହଜାର ଟଙ୍କା ଦେବେ ବୋଲି କହିଲେ ନୂଆ ସରକାର । ହେଲେ ସରକାରକୁ ଆସିଲା ପରେ କଥା ବଦଳିଲା ପରି ଲାଗୁଛି । ୫ ବର୍ଷରେ ୫୦ ହଜାର ଦେବ ବୋଲି କହିଲା ଏବେ ଏହାକଣ ମହିଳାଙ୍କୁ ଭଣ୍ଡାଇଲେ ନାହିଁ କି ? ବିଜେପି ସରକାର ଯେଉଁଠି ଡବଲ ଇଞ୍ଜିନ ସରକାର ଅଛି, ସେଠି ମହିଳା ମାନଙ୍କ ପାଇଁ ଡବଲ ଷ୍ଟାଣ୍ଡାର୍ଡ ନୀତି ଗ୍ରହଣ କରୁଛନ୍ତି’ । ରଣେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, ’ହରିୟାଣାରେ ଡବଲ ଇଞ୍ଜିନ ସରକାର ମହିଳାଙ୍କୁ ୨୧୦୦ ଟଙ୍କା ଦେଉଛନ୍ତି, ହେଲେ ଓଡ଼ିଶାରେ ଦିନକୁ ୨୭ ଟଙ୍କା ଦେଉଛନ୍ତି । ୨୭ ଟଙ୍କାରେ କେଉଁ ମହିଳା ଉଦ୍ୟୋଗୀ ହେବେ? ବିଜେପିର ଯେଉଁ ମୁହଁରେ ଅରୁଆ ସେହି ମୁହଁରେ ଉଷୁନା । ଡବଲ ଇଞ୍ଜିନ ସରକାରରେ ଡବଲ ଷ୍ଟାଣ୍ଡାର୍ଡ ନୀତି ଛାଡ଼ନ୍ତୁ । ଉପ ମଖ୍ୟମନ୍ତ୍ରୀ ଓ ସରକାରୀ ଦଳର ସଦସ୍ୟମାନେ ବାଃ ବାଃ ନେଉଛନ୍ତି ସରକାର, ହେଲେ ମାସକୁ ମାତ୍ର ୮୮୩ ଟଙ୍କା ଦେଇ କିପରି ସସକ୍ତ କରିବେ’ ବୋଲି ପ୍ରଶ୍ନ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

Related Articles

Back to top button
WP Twitter Auto Publish Powered By : XYZScripts.com