ଭୁବନେଶ୍ୱର: ନିଜ ପଦକୁ ନିଜେ ନିର୍ବାଚିତ ହେଲେ ସୁଜିତ୍ କୁମାର । ରାଜ୍ୟସଭା ଉପନିର୍ବାଚନରେ ନିଦ୍ୱନ୍ଦ୍ୱରେ ହେଲେ ନିର୍ବାଚିତ । ଜିତିବା ପରେ ସେ ବିଜେଡି ବିରୋଧରେ ନିଜର ମତ ଦେଇଛନ୍ତି । ସେ କହିଛନ୍ତି ଯେ ବିଜେଡିରୁ ନେତା ମୁହଁ ଫେରାଇବା ଆରମ୍ଭ କଲେଣି। ଏପରିକି କେବଳ କଳାହାଣ୍ଡିର ୮୦% ପଞ୍ଚାୟତ ପ୍ରତିନିଧି ଭାଜପାରେ ମିଶି ସାରିଲେଣି। ଆଗାମୀ ଦିନରେ ଅନେକ ନେତା ଭାଜପାରେ ମିଶିବେ। କେଉଁ ବିଜେଡି ରାଜ୍ୟ ସଭା ଏମ୍ପି ଭାବେ ଯୋଗାଯୋଗରେ ଅଛନ୍ତି ଜାଣିନି ବୋଲି ସୁଜିତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେମାନେ ପାର୍ଟି ସହ ଯୋଗାଯୋଗରେ ଥାଇପାରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପାର୍ଲାମେଣ୍ଟରେ କଳାହାଣ୍ଡି ତଥା ଓଡ଼ିଶା ପ୍ରସଙ୍ଗ ଉଠାଇବେ। ତେବେ ସୁଜିତ୍ ଏକମାତ୍ର ପ୍ରାର୍ଥୀ ଭାବେ ବିଜେପି ପକ୍ଷରୁ ସୁଜିତ କୁମାର ନାମାଙ୍କନ ଭରିଥିଲେ ଓ ବିଜୟୀ ମଧ୍ୟ ହୋଇଛନ୍ତି ।
Related Articles
Check Also
Close
-
ଜଳିଗଲା ରାଜସ୍ୱ ବିଭାଗ!October 3, 2023