Breaking NewsFeaturedଜାତୀୟ

ବିବାହ କରିବାକୁ ଯାଇ ମାଡ଼ ଖାଇଲେ ବର, ଚୁଟି ଟାଣିବାରୁ ଧରାପଡ଼ିଲା ସତ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବିବାହ ପାଇଁ ଯାଇ ମାଡ଼ ଖାଇଲା ବର । ନିର୍ଦ୍ଧୁମ ଛେଚିଲେ କନ୍ୟାପକ୍ଷ । ଘଟଣାର କାରଣ ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ । ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ବିବାହ ସମୟର ଅନେକ ଦୃଶ୍ୟ ଦେଖିବାକୁ ମିଳିଥାଏ । ବିଶେଷ କରି ବିବାହ କାର୍ଯ୍ୟକ୍ରମରେ ବର ପକ୍ଷ ଓ କନ୍ୟା ପକ୍ଷ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ହୋଇଥାଏ । କିନ୍ତୁ ଏହି ଘଟଣା ସମ୍ପୂର୍ଣ୍ଣ ନିଆରା ।

ଏଠାରେ ବରପକ୍ଷ ନୁହେଁ ବରଂ ବର ନିର୍ଦ୍ଧୁମ ମାଡ଼ ଖାଇଛି । ଘଟଣା ବିହାରର ଡ଼ୋଭି ଥାନା ଅନ୍ତର୍ଗତ ବଜୌରା ଗାଁର ଅଟେ । ଇକବାଲ ନଗରର ଜଣେ ବ୍ୟକ୍ତି ବିବାହ କରିବା ପାଇଁ ପହୟ୍‌ଚି ଥିଲେ । ଏହାପରେ ଜାଣିବାକୁ ମିଳିଥିଲା ଯେ ବର ଚନ୍ଦା ୍ରଟେ । ଏତବ ସହିତ ସେ ବିବାହିତ । ଏହାପରେ କନ୍ୟାପକ୍ଷ ଲୋକ ବରକୁ ଖୁବ୍ ପିଟିଥିଲେ । ବର ହାତ ଯୋଡ଼ି ଭୁଲ୍ ମାଗିଲେ ବି କେହି ଶୁଣି ନଥିଲେ । ଏହି ସମ୍ପୂର୍ଣ୍ଣ ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ବର ଘୋଡ଼ା ଚଢି ପହଞ୍ଚିଥିଲା । ସବୁ କିଛ ଠିକ୍ ଚାଲିଥିଲା କିନ୍ତୁ କୌଣସି ସୂତ୍ରରୁ କନ୍ୟା ପକ୍ଷଙ୍କୁ କବର ମିଳିଥିଲା ଯେ ବର ଚନ୍ଦା ଆଉ ତାଙ୍କର ପ୍ରଥମ ପତ୍ନୀ ମଡ଼୍‌ୟ ଅଛନ୍ତି । ଏହାପରେ କନ୍ୟା ପକ୍ଷ ଲୋକ ବରକୁ ଘର ଭିତରକୁ ନେଇ ଖୁବ୍ ପିଟିଥିଲେ । ତାଙ୍କୁ ବାରମ୍ବାର ତାଙ୍କ ନକଲି କେଶ ବିଷୟରେ ପଚାରୁଥିବା ସମୟରେ ସେ କେଶକୁ ହାତରେ ଚାପି ରଖି ଭୁଲ୍ ମାଗୁଥିଲେ । କିନ୍ତୁ କେହି ଜଣେ ତାଙ୍କ କେଶ ଭିଡ଼ି ନେବାରୁ ସତ ସାମ୍ନାକୁ ଆସିଥିଲା । ଆଉ ବର ଚନ୍ଦା ବୋଲି ଜଣା ପଡ଼ିଥିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com