Featuredଓଡ଼ିଶା

ପର୍ଯ୍ୟଟନ ଋତୁରେ ନିରାଶ ପର୍ଯ୍ୟଟକ, କୁମ୍ଭୀର ଗଣନା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ

କେନ୍ଦ୍ରାପଡ଼ା: ପର୍ଯ୍ୟଟନ ଋତୁରେ ବନ୍ଦ ରହିବ ଭିତରକନିକା । କୁମ୍ଭୀର ଗଣନା ପାଇଁ ଜାତୀୟ ଉଦ୍ୟାଦନ ଭିତରକୁ ପ୍ରବେଶ ନିଷେଧ କରାଯାଇଛି । ଆସନ୍ତା ଜାନୁଆରୀ ୧୪ରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ କୁମ୍ଭୀରମାନଙ୍କ ଗଣନା କାର୍ୟ୍ୟ । ଏଥିପାଇଁ ଦେଶ ବିଦେଶରୁ ଆସୁଥିବା ପର୍ୟ୍ୟଟକଙ୍କୁ ଏହି ସମୟରେ ପରିଭ୍ରମଣ ପାଇଁ ନିଷିଦ୍ଧ କରାଯାଇଛି। ଫଳରେ ପର୍ୟ୍ୟଟକଙ୍କ ମଧ୍ୟରେ ନୈରାଶ୍ୟଭାବ ଦେଖାଦେଇଛି। ବଉଳା କୁମ୍ଭୀର ବିଶାରଦ ଡ. ସୁଧାକର କର, ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଗଣନା କରାଯିବ। ସୂଚନାଯୋଗ୍ୟ, ଜାତୀୟ ଉଦ୍ୟାନରେ ପ୍ରବାହିତ ନାଳ ଏବଂ ନଦୀକୁ ସଂଯୋଗ କରୁଥିବା ସ୍ଥାନଗୁଡ଼ିକରେ ବଉଳା କୁମ୍ଭୀରଙ୍କ ଗଣନା କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com