Featuredଓଡ଼ିଶା

ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି

ପୁରୀ: ଓଡ଼ିଆ ଘରେ ବାର ମାସରେ ତେର ପରବ । ଆଜି ଓଡ଼ିଶାର ପୁର ପଲ୍ଲୀରେ ପାଳିତ ହେଉଛି ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତି ପାଳନ କରାଯାଉଛି । ଶ୍ରୀନଅରରେ ଆରମ୍ଭ ହୋଇଛି ବିଶ୍ୱନିୟନ୍ତାଙ୍କ ପହିଲି ଭୋଗ ନୀତି । ସ୍ବତନ୍ତ୍ର ଚୁଲିରେ ଏହି ଭୋଗ ପ୍ରସ୍ତୁତ ହୋଇଥାଏ। ପହିଲି ଭୋଗ ସହ ଗୋପାଳବଲ୍ଲଭ ପୂଜା ଅନୁଷ୍ଠିତ ହୁଏ। ଠାକୁରଙ୍କ ସଅଳ ଦର୍ଶନ ସହ ମହାପ୍ରସାଦ ପାଇବେ ଶ୍ରଦ୍ଧାଳୁ। ଅପରାହ୍ଣରେ ଠାକୁରଙ୍କ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ। ସାଧାରଣ ଦିନରେ ଶ୍ରୀମନ୍ଦିର ନୀତିରେ ଠାକୁରଙ୍କ ବେଶ ପରେ ରୋଷହୋମ ହୋଇଥାଏ। ରୋଷହୋମରୁ ଅଗ୍ନି ଆସିଲେ ଠାକୁରଙ୍କ ଭୋଗ ରନ୍ଧାଯିବା ପାଇଁ ଚୁଲି ଲାଗିଥାଏ। ପହିଲି ଭୋଗ ମାସରେ କିନ୍ତୁ ମଙ୍ଗଳ ଆଳତି ପରେ ରୋଷହୋମ କରାଯାଏ।

Related Articles

Back to top button