Featuredଓଡ଼ିଶାରାଜନୀତି

ରାଜ୍ୟର ସବୁ ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଧୁରିବ ସ୍ୱାସ୍ଥ୍ୟ ବ୍ୟବସ୍ଥା । କାରଣ ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ ଓ ହସ୍ପିଟାଲ । ରାଜ୍ୟବାସୀ ପାଇବେ ଉନ୍ନତମାନର ସ୍ୱାସ୍ଥ୍ୟସେବା । ରବିବାର ଏକ କାର୍ୟ୍ୟକ୍ରମରେ ଯୋଗଦେବା ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ସଂରଚନାକୁ ସୁଦୃଢ଼ କରିବା ପାଇଁ ସରକାରର ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଗତ ସରକାର ସମୟରେ ବିଏସକଓ୍ବୋଇ କାର୍ଡରେ ମାତ୍ର ୯୫୬ ହସ୍ପିଟାଲରେ ଚିକିତ୍ସା ହେଉଥିବାବେଳେ, ଏବେ ଦେଶର ୨୭ ହଜାର ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିପାରିବ ବୋଲି ମହାଲିଙ୍ଗ କହିଛନ୍ତି ।
ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଖୁବ୍ ଶ୍ରୀଘ୍ର ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ୟ୍ୟକାରୀ ହେବ । ଆଗାମୀ ଦୁଇ ବର୍ଷରେ ପ୍ରତି ପଞ୍ଚାୟତରେ ଥିବା ହେଲଥ ଆଣ୍ଡ ୱେଲନେସ୍ ସେଣ୍ଟର ଖୋଲାଯିବ। ନ୍ୟାସନାଲ ଡାଏଲିସିସ ମିସନ ଅଧୀନରେ ରାଜ୍ୟରେ ପିପିପି ମୋଡରେ ଡାଏଲିସିସ ସେଣ୍ଟର ଖୋଲାଯିବ ।

ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଲୋକଙ୍କୁ ଇନସ୍ୟୁରାନ୍ସ ନୁହେଁ ଆସ୍ୟୁରାନ୍ସ ମୋଡ୍‌ ରେ ଚିକିତ୍ସା ମିଳିବ । ଆଗାମୀ ଦିନରେ ରାଜ୍ୟରେ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରିବା ପାଇଁ ସରକାର କାର୍ୟ୍ୟ ଆରମ୍ଭ କରିଦେଇଛନ୍ତି । ରାଜ୍ୟର ୩ କୋଟି ଲୋକଙ୍କୁ ସ୍ବାସ୍ଥ୍ୟ କାର୍ଡ ଦିଆଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com