ଓଡ଼ିଶା

ମାଲକାନଗିରିରେ ନବଜାତ ଶିଶୁକୁ ହତ୍ୟା; ପୋଲିସର ତଦନ୍ତ ଆରମ୍ଭ

ମାଲକାନଗିରି, ୧୪/୦୭/୨୦୨୨- ନବଜାତ ଶିଶୁକୁ ହତ୍ୟା। ମାଲକାନଗିରି ମୋଟୁ ଥାନା ଏମପିଭି ୮୩ ଗାଁର ବିନୋଦ ପାଇକ ଓ ଶ୍ୟାମଳା ପାଇକଙ୍କର ଜୁଲାଇ ୨ରେ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ତେବେ ଶିଶୁଟିକୁ ହତ୍ୟା କରାଯିବା ସହ ମୃତଦେହକୁ ପାଖ ଜଙ୍ଗଲରେ ପୋତି ଦେଇଥିବା ଲୋକେ ସୂଚନା ପାଇଥିଲେ । ଏନେଇ ମୋଟୁ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋତା ଯାଇଥିବା ଶିଶୁର ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ କିଏ, କାହିଁକି ଏଭଳି ହତ୍ୟା କାଣ୍ଡ ଘଟାଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିଲା ବେଳେ ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com