ଓଡ଼ିଶା

ଖୁଲମ୍‌ଖୁଲା ଚାଲିଛି ଜୁଆ ଖେଳ ସାଙ୍ଗକୁ ଗଞ୍ଜା ଲଢେଇ, ସ୍ୱର୍ବସ୍ୱାନ୍ତ ହେଉଛନ୍ତି ଯୁବପୀଢ଼ି

ପାଟଣା : ଖୁଲମଖୁଲା ଚାଲିଛି ଜୁଆ ଖେଳ । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଚାଲିଛି ଏପରି ଜୁଆ ଖେଳ । ଏପିରିକି ପ୍ରତି ହାଟରେ ହେଉଛି କୁକୁଡ଼ା ଲଢେଇ ଖେଳ । ପୋଲିସର କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ  ପାଟଣା ଥାନା ଓ ସାହାରପଡା ଫାଣ୍ଡି ଅଧିନ ଥିବା ବିଭିନ୍ନ  ହାଟରେ ଖୁଲମଖୁଲା ଏହି ବେପାର ଚାଲିଛି।
କମ ପରିଶ୍ରମ ରେ ଟଙ୍କା ରୋଜଗାର କରିବା ସ୍ୱପ୍ନରେ ଜୁଆଖେଳକୁ ରୋଜଗାରର ପନ୍ଥା ଭାବରେ ଆପଣେଇ ନେଉଛନ୍ତି ଯୁବପିଢୀ । ପାଟଣା ଥାନା ଅଞ୍ଚଳ ବିଭିନ୍ନ ଗାଁ ଗଣ୍ଡାର ଯୁବପିଢୀଙ୍କୁ ଘାରିଛି ଜୁଆ ଖେଳ । କେନ୍ଦୁଝର ଜିଲ୍ଲାର ଆଦିବାସୀ ଅଧୁଷିତ ସାହାରପଡା ବ୍ଲକ ଅଞ୍ଚଳରେ ଏବେ ଖୁଲମଖୁଲା ଚାଲିଛି ଜୁଆ ଖେଳ  ସହ  ଗଞ୍ଜା ଲଢେଇ। ସବୁଠାରୁ ବଡ଼ କଥା ଏହା କୌଣସି ଲୁଚା ଚୁପା ଜାଗାରେ ହେଉନାହିଁ । ବଜାର ଓ ହାଟ ଭିତରେ ସର୍ବସାଧାରଣଙ୍କ ଉପସ୍ଥିତରେ ହେଉଛି ଜୁଆ ଖେଳ। ଏସବୁ ଜାଣିଶୁଣି ବି ସ୍ଥାନୀୟ ପୋଲିସ ନିରବ ଦ୍ରଷ୍ଟା ପାଲଟିଛନ୍ତି । ଗଞ୍ଜା ଲଢେଇକୁ ନିଷେଧ ଘୋଷଣା କରାଯାଇଥିଲେ ମଧ୍ୟ ଏଠାରେ ଚାଲିଛି।
ସେହିପରି ରବିବାର ସାହାରପଡା ସାପ୍ତାହିକ ହାଟ, ବୁଧବାର ଗୋରାସ ସାପ୍ତାହିକ ହାଟ , ଶୁକ୍ରବାର ରାଇଡିହା ସାପ୍ତାହିକ ହାଟ ଏବଂ ବୁଢ଼ାବଣ ସାପ୍ତାହିକ ହାଟ ଗୁଡିକରେ ଚାଲିଛି ଖୁଲମଖୁଲା ଜୁଆ ଖେଳ ।  ଆଉ ଏହି ହାଟ ଭିତରେ ଗଞ୍ଜା ଲଢେଇରେ ଭାଗ ନେଇ ସ୍ୱର୍ବସାନ୍ତ ହେଉଛନ୍ତି  ଲୋକେ। ଏହି ବେଆଇନ କାର୍ଯ୍ୟକୁ ପୋଲିସ ପକ୍ଷରୁ ଚଢ଼ାଉ କରି ବନ୍ଦ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com