ଓଡ଼ିଶା

୭ ଚୋରଙ୍କୁ ଗିରଫ କରି ଅଦାଲତ ଚାଲାଣ କଲା ଯାଜପୁର ପୋଲିସ

ଯାଜପୁର: ବିଭିନ୍ନ ଜାଗାରେ ଚୋରୀ ଘଟଣାରେ ସଂପୃକ୍ତ ୭ ଚୋରଙ୍କୁ ଯାଜପୁର ପୋଲିସ ଗିରଫ କରି ଅଦାଲତ ଚାଲାଣ କରିଛି। ସେମାନଙ୍କ ପାଖରୁ ଚୋରୀ ସାମଗ୍ରୀ ସହିତ ନଗଦ ଟଙ୍କା ମଧ୍ୟ ପୋଲିସ ଜବତ କରିଛି। ଯାଜପୁର ଟାଉନ ଥାନା ଅଧିନରେ ବିଭିନ୍ନ ଜାଗାରୁ ଚୋରି ହୋଇଥିବା ଘଟଣାର ତଦନ୍ତ କରୁଥିବା ସମୟରେ ପୋଲିସ ଏହି ଚୋର ଦଳକୁ କାବୁ କରିଛି।

ସେମାନଙ୍କ ପାଖରୁ ସିସିଟିଭି କ୍ୟାମେରା, ପାଣି ମୋଟର, ୧୪୨ ଗ୍ରାମ୍‌ ସୁନା ଅଳଙ୍କାର, ୩୨୧ ଗ୍ରାମ୍‌ ରୁପା ଅଳଙ୍କାର, ନଗଦ ୧୨ ହଜାର ଟଙ୍କା, ଲୁଗା, ନକଲି ମୋବାଇଲ ଫୋନ୍‌ ସହିତ ବହୁ ମୂଲ୍ୟବାନ ଜିନିଷ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ଘର ସ୍ଥାନୀୟ ଲଳିତେଶ୍ୱର, ଶୀତଳେଶ୍ୱର, ଅକରପଡ଼ା, କପାସି ଅଞ୍ଚଳରେ ବୋଲି ଜଣାପଡିଛି।

୭ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୮୦ ଏବଂ ୪୫୭ ଅଧୀନରେ ମାମଲା ରୁଜୁ କରି ଆଜି ଅଦାଲତ ଚାଲାଣ କରାଯାଇଛି ବୋଲି ଯାଜପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି। ଯାଜପୁର ଟାଉନ ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କ ନେତୃତ୍ୱରେ ବିଭିନ୍ନ ଜାଗାରେ ଚଢ଼ଉ କରାଯାଇ ଏହି ସବୁ ଜିନିଷ ଜବତ କରାଯାଇଥିବାରୁ ତାଙ୍କୁ ଏସଡିପିଓ ଧନ୍ୟବାଦ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com