Featuredଜାତୀୟ

ନେହେରୁଙ୍କ ଚିଠି ଫେରାଅ ରାହୁଲ

ନୂଆଦିଲ୍ଲୀ: ରାହୁଲ ଫେରାଅ ନେହେରୁଙ୍କ ଚିଠି । ୧୬ ବର୍ଷ ହୋଇଗଲାଣି, ଏବେ ଏହାକୁ ଫେରାଇଦିଅ । ଏପରି କହି ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍କକାଳୟ ସୋସାଇଟି । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବହୁ ଚିଠି ଏବେ କଂଗ୍ରେସ ପାଖରେ ଅଛି। ଉକ୍ତ ଚିଠିଗୁଡ଼ିକ ଖୁବ୍‌ ଐତିହାସିକ ଗୁରୁତ୍ୱ ବହନ କରୁଥିବା ବେଳେ ପ୍ରାୟ ୧୬ ବର୍ଷ ହେଲାଣି କଂଗ୍ରେସ ତାହାକୁ ଫେରାଇବା ନାଁ ଧରୁନି। । ତେଣୁ ସମସ୍ତ ଚିଠିଗୁଡ଼ିକୁ ଫେରସ୍ତ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ସୋସାଇଟି ବା ପିଏମଏମଏଲ ।
ଜବାହାରଲାଲ ନେହରୁ ମେମୋରିଆଲ ୧୯୭୧ ମସିହାରେ ନେହରୁ ମେମୋରିଆଲ ମ୍ୟୁଜିଅମ ଓ ଲାଇବ୍ରେରି ଅର୍ଥାତ ଏବେକାର ପିଏମଏମଏଲକୁ ଏହି ସବୁ ଚିଠି ପ୍ରଦାନ କରିଥିଲା। ୟୁପିଏ ଶାସନ କାଳ ସମୟରେ ୨୦୦୮ ମସିହାରେ ୫୧ ଡବାରେ ଭର୍ତ୍ତି ହୋଇଥିବା ନେହରୁଙ୍କ ଚିଠି ସୋନିଆ ଗାନ୍ଧିଙ୍କୁ ଦିଆଯାଇଥିଲା। ଉକ୍ତ ଚିଠିଗୁଡ଼ିକ ନେହରୁ ମାଉଣ୍ଟବେଣ୍ଟନ, ଅଲବର୍ଟ ଆଇନଷ୍ଟାଇନ୍, ଜୟପ୍ରକାଶ ନାରାୟଣ, ପଦ୍ମଜା ନାୟଡୁ, ବିଜୟାଲକ୍ଷ୍ମୀ ପଣ୍ଡିତଙ୍କ ପରି ମାଣ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏହି ସବୁ ଚିଠି ଲେଖିଥିଲେ। ପିଏମଏମଏଲ ସଦସ୍ୟ ରିଜୱାନ କାଦରୀ ଏ ସମ୍ପର୍କରେ ରାହୁଲ ଗାନ୍ଧିଙ୍କୁ ଏକ ପତ୍ର ଲେଖିଥିବା ଜଣାଯାଇଛି। ସମଗ୍ର ଦେଶବାସୀଙ୍କ ନିମନ୍ତେ ଏହି ସବୁ ଚିଠି ଖୁବ୍‌ ଗୁରୁତ୍ୱ ବହନ କରୁଛି। ତେଣୁ ଏହାକୁ ସଂଗ୍ରହାଳୟକୁ ଫେରାଇ ଦେବାକୁ ପିଏମଏମଏଲ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com