Featuredଓଡ଼ିଶା

ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନିର ଜିଏମ ଭୂପେନ୍ଦ୍ର ସିଂଙ୍କୁ ସିବିଆଇର ଜେରା

ଭୁବନେଶ୍ୱର: ଜୋରଦାର ଚାଲିଛି ଛାନଭିନ । ସିବିଆଇ ଅଫିସରେ ହେଉଛି ଘନ ଘନ ଜେରା । କାରରୁ ଟଙ୍କା ମିଳିବା ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇସାରିଲେଣି । ତେବେ ଆଜି ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଜିଏମ୍ ଭୂପେନ୍ଦ୍ର ସିଂଙ୍କୁ ସିବିଆଇ ମାରାଥନ୍ ଜେରା କରିଛି। ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଚିଠି ଲେଖି ଅଡୁଆରେ ପଡିଥିଲେ ଭୂପେନ୍ଦ୍ର ସିଂ। ଆଉ ଏହି ଚିଠି ପଛର କାରଣ ଖୋଜୁଛି ସିବିଆଇ। ସେ କେବଳ ବିଷ୍ଣୁପଦ ସେଠୀଙ୍କୁ ନୁହେଁ, ଆଉ ୩ ଜଣ ବାବୁଙ୍କୁ ମଧ୍ୟ ଭେଟିଥିଲେ ବୋଲି କନକ ନ୍ୟୁଜରେ କହିଥିଲେ। ସେହି ୩ ଆଇଏଏସ୍ କେଉଁମାନେ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ରାଜଧାନୀରେ ମର୍ସିଡିଜ୍ କାରରୁ ୧୦ ଲକ୍ଷ ଟଙ୍କା ମିଳିବା ଘଟଣାରେ ଜାରି ରହିଛି ସିବିଆଇର ଛାନଭିନ୍ ପ୍ରକି୍ରୟା । ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ମଧ୍ୟ ସମନ କରାଯାଇଥିବା ବେଳେ ସେ ଏଯାଏଁ ହୋଇନାହାନ୍ତି ହାଜର ।

Related Articles

Back to top button