ଓଡ଼ିଶା

ଏ ମାଟିର କନ୍ୟା – ଦ୍ରୌପଦୀଙ୍କୁ ନେଇ ନବୀନଙ୍କ ସମ୍ପାଦକୀୟ ଲେଖା ଚର୍ଚ୍ଚାରେ

ଭୁବନେଶ୍ୱର, ୨୮/୦୭/୨୦୨୨- ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଦ୍ରୌପଦୀ ଅଧିଷ୍ଠିତ ହେବା  ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନର ଆଉ ଏକ ମହାର୍ଘ୍ୟ ଅବସର । ବିଶେଷ କରି ଦ୍ରୌପଦୀ ତାଙ୍କ ଅଭିଭାଷଣରେ  ଗରିବ ସ୍ୱପ୍ନ ଦେଖିପାରେ ଓ ତାକୁ ସାକାର କରିପାରେ ବୋଲି ଯାହା କହିଛନ୍ତି , ଏହା ତାଙ୍କୁ ପ୍ରଭାବିତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଓଡ଼ିଶାର ବିଭିନ୍ନ ଗଣମାଧ୍ୟମରେ  ପ୍ରକାଶିତ ମୁଖ୍ୟମନ୍ତ୍ରୀଙ୍କ ଏକ ସମ୍ପାଦକୀୟ ଲେଖା ଚର୍ଚ୍ଚାର କାରଣ ବନିଛି ।  ଏ ମାଟିର କନ୍ୟା ଶୀର୍ଷକ ସମ୍ପଦକୀୟରେ – ତାଙ୍କର ସଂସଦ ଭବନର  ସେଣ୍ଟ୍ରାଲ ହଲରେ ଦ୍ରୌପଦୀଙ୍କ ଶପଥ ପାଠ ଉତ୍ସବରେ ଉପସ୍ଥିତି  ଏବଂ ସେହି ଐତିହାସିକ ମୁହୁର୍ତ୍ତକୁ ମନେପକାଇବାକୁ ଯାଇ ନବୀନ  କଲମ ଚାଳନା କରିଛନ୍ତି  ା ଏଥିରେ ବର୍ଣ୍ଣନା କରିବାକୁ ଯାଇ ଦ୍ରୌପଦୀ ଓଡ଼ିଆ ଜାତିର ପରିଚୟରେ ଆଉ ଏକ ଗାରିମାମୟ ପୃଷ୍ଠା ଯୋଡ଼ି ଦେଇଛନ୍ତି ।

ଏହି ଆଲେଖରେ  ଓଡ଼ିଶାର ଗୌରବମୟ ଇତିହାସ ଉପରେ ଅଲୋକପାତ ସହ ଦ୍ରୌପଦୀଙ୍କ ପାଇଁ  ମହିଳା ଦକ୍ଷତା ବୃଦ୍ଧି ଓ ସଶକ୍ତିକରଣ ନେଇ ଏକ ନୂଆ ଉପଲବ୍ଧି ବୋଲି ନବୀନ କହିଛନ୍ତି । ରାଜନୀତିରେ ମହିଳାମାନେ ଆଗକୁ ଆସନ୍ତୁ, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ; ଏହାଥିଲା ନବେ ଦଶକରେ ବିଜୁ ବାବୁଙ୍କର ଲକ୍ଷ୍ୟ । ଏଥିପାଇଁ ମହିଳାମାନଙ୍କ ନିମନ୍ତେ ସରକାରୀ ଚାକିରିରେ ସଂରକ୍ଷଣ ସହିତ ପଞ୍ଚାୟତ ଓ ପୌରସଂସ୍ଥାମାନଙ୍କରେ ମଧ୍ୟ ମହିଳାମାନଙ୍କ  ସ୍ଥାନ ସଂରକ୍ଷଣ କରି ସାରାଦେଶ ପାଇଁ ସେ ଉଦାହରଣ ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟରେ ସେହି ସଂରକ୍ଷଣ ସୀମାକୁ ଆମେ ୫୦ ଭାଗକୁ ବୃଦ୍ଧି କରିଛୁ ।

ଗତ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ ଲୋକସଭା ଆସନରୁ ୭ଟି ଆସନରେ ମା’ମାନେ ହିଁ ଭାରତର ସଂସଦକୁ ପ୍ରତିନିଧିତ୍ୱ କରୁଛନ୍ତି । ଗଣତନ୍ତ୍ରର ତୃଣମୂଳ ସ୍ତରରେ  ମା’ ମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଛି । ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ଓ ପୌର ଶାସନରେ ମହିଳାଙ୍କ ନେତୃତ୍ୱ ସାରା ଦେଶରେ ସର୍ବାଗ୍ରେ ରହିଛି । ଆମର ୩୦ଟି ଜିଲ୍ଲା ପରିଷଦ ମଧ୍ୟରୁ ଆଜି ୨୧ଟିରେ ମହିଳାମାନେ ଅଧ୍ୟକ୍ଷା ଦାୟିତ୍ୱ ନିର୍ବାହ କରୁଛନ୍ତି । ପଞ୍ଚାୟତ ସମିତି, ପଞ୍ଚାୟତ, ପୌରସଭା ତଥା ବିଭିନ୍ନ ୱାର୍ଡ଼ର ନେତୃତ୍ୱ ନେବା କ୍ଷେତ୍ରରେ ୫୦ ପ୍ରତିଶତରୁ ଅଧିକ ସ୍ଥାନରେ ମା’ ମାନେ ହିଁ ମେୟର, ଅଧ୍ୟକ୍ଷା, ଉପାଧ୍ୟକ୍ଷା, କାଉନସିଲର,  କର୍ପୋରେଟର, ସଭ୍ୟା ତଥା ସରପଞ୍ଚ ଓ ୱାର୍ଡ଼ମେମ୍ବର ଭାବରେ ନିର୍ବାଚିତ ହୋଇ ଜନସେବାରେ ନିଜକୁ ନିୟୋଜିତ ରଖିଛନ୍ତି ।

ମିଶନଶକ୍ତି କାର୍ଯ୍ୟକ୍ରମରେ ୭୦ଲକ୍ଷରୁ ଅଧିକ ମା’ ସାମିଲ ହୋଇ ନିଜକୁ ସାମାଜିକ ତଥା ଆର୍ଥିକ କ୍ଷେତ୍ରରେ ସଶକ୍ତ କରିପାରିଛନ୍ତି । ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ଲାଗି ମୋର ପ୍ରୟାସ ଜାରି ରହିଛି । ଜଣେ ଜନଜାତି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହୁଅନ୍ତୁ, ଏହା ମୋର ଏକ ବଡ଼ ଅଭିଳାଷ ଥିଲା ।

୨୦୧୨ ମସିହା ରାଷ୍ଟ୍ରପତି ନିର୍ବାଚନରେ ଡଃ ପି.ଏ. ସାଙ୍ଗମାଙ୍କୁ ରାଷ୍ଟ୍ରପତି କରିବା ପାଇଁ ମୁଁ ପ୍ରସ୍ତାବ ଦେଇଥିଲି । ଡଃ ସାଙ୍ଗମା କେବଳ ଆଦିବାସୀ ବର୍ଗର ନୁହଁନ୍ତି, ସମାଜର ସବୁ ବର୍ଗର ଲୋକଙ୍କର ଜଣେ ସମ୍ମାନସ୍ପଦ ନେତା ଥିଲେ । ମେଘାଳୟର ମୁଖ୍ୟମନ୍ତ୍ରୀ, ଜଣେ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭାର ବାଚସ୍ପତି ଭାବରେ ସେ ତାଙ୍କ ପ୍ରତିଭାର ପରିଚୟ ଦେଇଥିଲେ ।

ଦ୍ରୌପଦୀଙ୍କ ବିଜୟ ପାଇଁ ସଫଳତାର ସହ ସମସ୍ତ ପ୍ରୟାସ କରିଥିବା ନବୀନଙ୍କର ଏଭଳି ସମ୍ପାଦକୀୟ ଲେଖାକୁ ନେଇ ରାଜନୈତିକ ସମୀକ୍ଷକମାନେ ତର୍ଜମା ଆରମ୍ଭ କରିଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com