ଓଡ଼ିଶା

‘ଟମୋଟୋ ଫ୍ଲୁ’ ଏକ ଭାଇରାଲ ରୋଗ : ଜନ ସାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର: ‘ଟମୋଟୋ ଫ୍ଲୁ’ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ରଙ୍କ । ସେ କହିଛନ୍ତି, ଏହା ଏକ ଭାଇରାଲ ରୋଗ। ଏହି ରୋଗର ଲକ୍ଷଣ ହେଉଛି ପିଲା ଖାଇବେ ନାହିଁ,ବାନ୍ତି ହେବା ସହ ଦେହନାଲି ପଡ଼ି ଫଳିଯିବ, ଜର ହେବ। ରାଜ୍ୟରେ କେତେ କେସ ଏଭଳି ଅଛି ଜାଣିବା ପାଇଁ ମେଡ଼ିକାଲ କଲେଜ ଗୁଡିକୁ ରିପୋର୍ଟ ମଗାଯାଇଛି।ଆରଏମ୍‌ଆରସି ଏହି ଭାଇରଲ ଭାଇରସର ଡିଟେକସନ କରିବେ। ଏଥିପାଇଁ ନମୁନା ସଂଗ୍ରହ କରାଯାଇ ପଠାଯିବ । ଜିଲା ଓ ଶିଶୁ ରୋଗ ବିଶେଷଜ୍ଞମାନଙ୍କ ସହ ଏ ନେଇ ସ୍ବାସ୍ଥ୍ୟ ବିଭାଗର ଆଲୋଚନା ହେଉଛି । ଜିଲା ଚିକିତ୍ସାଳୟଗୁଡିକୁ ଆକ୍ରାନ୍ତ ଶିଶୁଙ୍କ ନମୁନା ସଂଗ୍ରହ କରି ପଠାଇବାକୁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜନ ସାସ୍ଥ୍ୟ ନିର୍ଦେଶକ ।

Related Articles

Back to top button