ନୂଆଦିଲ୍ଲୀ: କେନ୍ଦ୍ର ଆଗରେ ଓଡ଼ିଶା ରଖିଲା ନିଜର ଦାବି । ପ୍ରାକ୍ ବଜେଟରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଆଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ପାଇଁ ୯ଟି ଦାବି ଉପସ୍ଥାପନା କରିଛନ୍ତି । ଓଡ଼ିଶାର ଭିତ୍ତିଭୂମିକୁ ସୁଦୃଢ଼ ପାଇଁ ଅଧିକ ଅର୍ଥର ଆବଶ୍ୟକତା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିବା କହିଛନ୍ତି। ସେହିପରି ପୁଞ୍ଜି ନିବେଶ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା, ସହରୀକରଣ ପାଇଁ ମାଷ୍ଟରପ୍ଲାନ ସହାୟତା, ଦକ୍ଷିଣ ଓ ପଞ୍ଚିମ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିବା କହିଛନ୍ତି।
ଅଧିକ ଖବର ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ