କଟକ: ଖାଲି ପଡ଼ିଥିବା ପଦବୀ ଶୀଘ୍ର ପୂରଣ କର । କନିଷ୍ଠ ଶିକ୍ଷକ ପଦବୀ ଗୁଡ଼ିକୁ ପୂରଣ କରିବାକୁ ହୋଇଛି ନିଦେ୍ର୍ଦଶ । ଏନେଇ ନିଦେ୍ର୍ଦଶ ଦେଇଛନ୍ତି ହାଇକୋର୍ଟ । ନୂଆ କଟଅଫ୍ ମାର୍କ ସ୍ଥିର କରି ନୂତନ ଲିଷ୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି ଉଚ୍ଚ ନ୍ୟାୟାଳୟ ।
୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଗତ ବର୍ଷ ଅକ୍ଟୋବରରେ ପ୍ରକାଶ ପାଇଥିଲା ବିଜ୍ଞପ୍ତି। ଚୟନ ପ୍ରକ୍ରିୟାକୁ ନେଇ ବିବାଦ ପରେ ହାଇକୋର୍ଟଙ୍କ ନିର୍ଦେଶରେ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି। ବିଭିନ୍ନ କାରଣରୁ ପ୍ରାୟ ୪ ହଜାରରୁ ଉର୍ଦ୍ଧ ପଦବୀ ପୂରଣ ହୋଇନାହିଁ। ସେହି ପଦବୀ ଗୁଡିକ ପୂରଣ କରିବାକୁ ସାନି ମେରିଟ ଲିଷ୍ଟ ପାଇଁ ପୁଣି ମାମଲା ଦାୟର ହୋଇଥିଲା ।