ନୂଆଦିଲ୍ଲୀ: ଗିରଫ ହେବେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ! ଏନେଇ ସରିଛି ସମସ୍ତ ପ୍ରକାର ପ୍ରସ୍ତୁତି । ବୁଧବାର ଏପରି କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ଏପରି କହି ସେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । ଏହି ସମୟରେ ସେ ଦିଲ୍ଲୀ ସରକାରଙ୍କ ଯୋଜନାକୁ ବନ୍ଦ କରିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଏକ ଜାଲ ମାମଲାରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଗିରଫ କରାଯାଇପାରେ । କେଜ୍ରିୱାଲ କହିଛନ୍ତି ପୁଣି ଥରେ ଆପର ବରିଷ୍ଠ ନେତାଙ୍କୁ ଫସାଇବାକୁ ପାଇଁ ବିଜେପି ଷଡଯନ୍ତ୍ର ଆରମ୍ଭ କରିଛି । ମିଛ ମାମଲାରେ ଫସାଇ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବାକୁ ଚାହୁଁଛି । ପରିବହନ ବିଭାଗରେ ଫର୍ଜୀ ମାମଲା କରି ଗିରଫ କରିବାକୁ ବିଜେପି ଯୋଜନା କରିଛି । ନିକଟରେ ଇଡି, ସିବିଆଇ ଏବଂ ଆଇଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଖୁବ ଶୀଘ୍ର ଆମର ଆପ ନେତାଙ୍କ ଉପରେ ଆକ୍ରମଣ ହେବ ।
Related Articles
Check Also
Close