Featuredଓଡ଼ିଶା

କମିଲା ବର୍ଷା ବଢିବ ଶୀତ

ଭୁବନେଶ୍ୱର: ୨ ଦିନ ମୁଷଳ ଧାରାର ବର୍ଷା ପରେ ଏବେ ଟିକେ ଶାନ୍ତ ପଡିଛି ଆକାଶ । କାରଣ ଆଜିଠୁ କମିବ ବର୍ଷାର ପରିମାଣ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହେବା ପରେ ବର୍ଷାର ପରିମାଣ କମିଛି । ଏହା ସହ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ଏଥିସହ ଘନ କୁହୁଡି ଅନୁଭୂତ ହେବ।ଏନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ଆଜିଠୁ ରାଜ୍ୟରେ ବର୍ଷାର ପ୍ରକୋପ କମିବା ସାଙ୍ଗକୁ ଶୀତ ବଢିବା। ତାହା ସାଙ୍ଗକୁ ଘନ କୁହୁଡି ମଧ୍ୟ ଅନୁଭୂତ ହେବ। ଘନ କୁହୁଡ଼ି ନେଇ ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗିର, ଝାରସୁଗୁଡ଼ା, ନୂଆପଡ଼ା, ବରଗଡ଼, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାର କିଛି ଅଞ୍ଚଳରେ ଘନ କୁହୁଡ଼ି ସମ୍ଭାବନା ରହିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ।

ଅନ୍ୟପଟେ ଆଜି ବିଶେଷ କରି ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଭାଁ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Related Articles

Back to top button
WP Twitter Auto Publish Powered By : XYZScripts.com