ଜାତୀୟ
ପଂଚଭୂତରେ ଲୀନ ହେଲେ ମନମୋହନ
ନୂଆଦିଲ୍ଲୀ: ସରିଲା ଶେଷକୃତ୍ୟ । ପଂଚଭୂତରେ ଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ଥିବ ଶରୀରରେ ଦିଆଗଲା ଅଗ୍ନିର ସ୍ପର୍ଷ । ବଡ଼ ଝିଅଙ୍କ ହାତରୁ ମୁଖାଗ୍ନି ପାଇଲେ ମନମୋହନ । ଦିଲ୍ଲୀର ନିଗମବୋଧ ଘାଟରେ କରାଗଲା ଅନ୍ତିମ ସଂସ୍କାର । ତାଙ୍କର ଏହି ଅନ୍ତିମ ଦର୍ଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀ, ସୋନିଆ ଗାନ୍ଧୀ, ରାଜନାଥ ସିଂ, ଅମିତ ଶାହ, କିରନ ରିଜିଜୁଙ୍କ ପରି ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ । ପରିବାର ବର୍ଗଙ୍କ ଗହଣରେ ଏହି ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଅର୍ଥନୀତି ବିଶାରଦ, ଅଧ୍ୟାପକ, ବିତ୍ତମନ୍ତ୍ରୀ, ଆରବିଆଇ ଗଭର୍ଣ୍ଣର, ପ୍ରଧାନମନ୍ତ୍ରୀ ପରି ଅନେକ ପଦବୀକୁ ସେ କରିଛନ୍ତି ଜୀବନ୍ତ । ତାଙ୍କ ସ୍ଥାନ ସର୍ବଦା ଅପୂରଣୀୟ ହୋଇ ରହିବ ।