ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ‘ପିଏମ୍ କେୟାରର୍ସ ଫର ଚିଲ୍‌ଡ଼୍ରେନ୍ ଯୋଜନା’ , ପ୍ରତି ମାସରେ ମିଳିବ ୪ ହଜାର ଷ୍ଟାଇପେଣ୍ଡ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପିଏମ କେୟାରର୍ସ ଫର ଚିଲ୍‌ଡ୍ରେନ୍‌’ ଯୋଜନା ଆରମ୍ଭ କରିଛନ୍ତି। ଯୋଜନା ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି, ‘ପିଏମ କେୟାରର୍ସ ଫର ଚିଲ୍‌ଡ୍ରେନ୍‌’ ବେସାହାରା ପିଲାମାନଙ୍କ ସହାୟତାରେ ଆସିବ। ବୃତ୍ତିଗତ ପାଠ୍ୟକ୍ରମ, ଉଚ୍ଚଶିକ୍ଷା ପାଇଁ ଯଦି କେହି ଶିକ୍ଷା ଋଣ ଆବଶ୍ୟକ କରନ୍ତି, ତେବେ ପିଏମ କେୟାରର୍ସ ମଧ୍ୟ ଏଥିରେ ସାହାଯ୍ୟ କରିବ। ଅନ୍ୟାନ୍ୟ ଦୈନନ୍ଦିନ ଆବଶ୍ୟକତା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କ ପାଇଁ ପ୍ରତି ମାସରେ ୪ ହଜାର ଟଙ୍କା ଷ୍ଟାଇପେଣ୍ଡ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ୧୮-୨୩ ବର୍ଷର ଯୁବତୀ/ଯୁବକମାନେ ପ୍ରତି ମାସରେ ଷ୍ଟାଇପେଣ୍ଡ ପାଇବେ। ୨୩ ବର୍ଷରେ ୧୦ ଲକ୍ଷ ଟଙ୍କା ଉଚ୍ଚଶିକ୍ଷା ପାଇଁ ମିଳିବ। ପିଲାମାନଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ମୁଁ ତୁମମାନଙ୍କ ସହ ପ୍ରଧାନମନ୍ତ୍ରୀ ଭାବରେ ନୁହେଁ, ବରଂ ଜଣେ ପରିବାରର ସଦସ୍ୟ ଭାବରେ କଥାବାର୍ତ୍ତା କରୁଛି। ମୁଁ ଜାଣେ, କରୋନା କାରଣରୁ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ଜୀବନରେ ଏହି ପରିବର୍ତ୍ତନ କେତେ କଷ୍ଟକର ।

Related Articles

Back to top button
WP Twitter Auto Publish Powered By : XYZScripts.com