ଭୁବନେଶ୍ୱର: ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ଅରିନ୍ଦମ ଡାକୁଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦବୀରୁ ନିବୃତ କରିଛନ୍ତି ସରକାର । ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ଅରିନ୍ଦମ ଡାକୁଆଙ୍କୁ ବ୍ୟକ୍ତିଗତ ସଚିବ ପଦରୁ ବଦଳି । ୨୦୧୧ ବ୍ୟାଚର ଆଇଏଏସ ଅରିନ୍ଦମ ଡାକୁଆ । ଅରିନ୍ଦମ ଡାକୁଆ ହେଲେ ପୌର ପ୍ରଶାସନ ନିର୍ଦ୍ଦେଶକ । ଅରିନ୍ଦମଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି। ପ୍ରେମଚାନ୍ଦ ଚୌଧୁରୀଙ୍କୁ ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ଦାୟିତ୍ବ ମିଳିଛି। ଭୂପିନ୍ଦର ପୁନିଆଙ୍କୁ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଭାର ଦିଆଯାଇଛି।
ତେବେ ଅରିନ୍ଦମଙ୍କ ଏହି ବଦଳି ରାଜ୍ୟ ରାଜନୀତିରେ କିପରି ପ୍ରଭାବ ପକାଇବ ତାହା ଆଗାମୀ ସମୟରେ ଜଣା ପଡିବ । କିନ୍ତୁ ବର୍ତ୍ତମାନ ଏହି ପଦବୀରେ କିଏ ବସିବ? କିଏ ମୋହନ ସରକାରଙ୍କୁ ଶାସନର ସଠିକ ବାଟ ଦେଖାଇବ? ତାକୁ ନେଇ ଚାଲିଛି ଫୁଲ୍ କସରତ । ଏହି ରେସରେ ଅନେକ ଗୁଡ଼ିଏ ନାଁ ଥିବା ବେଳେ ଏହି ବଦଳିକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।