
ଭୁବନେଶ୍ୱର: ରାଜରାସ୍ତାରେ ନବୀନ । କରୁଛନ୍ତି ବିକ୍ଷୋଭ । କମ୍ପୁଛି ଲୋୟର ପିଏମଜି । ତେରଛା ବାଣ ନୁହେଁ ଖୋଲାଖୋଲି ବିଜେପି ସରକାରକୁ କରୁଛନ୍ତି ଟାର୍ଗେଟ । କହିଛନ୍ତି ଡବଲ ଇଞ୍ଜିନ ସରକାରରେ ଚାଲିଛି ମହଙ୍ଗା ମାଡ଼ । ସାତ ମାସ ହେଲାଣି ସରକାରକୁ ଆସିଲେଣି, ଖାଲି ଲମ୍ବା ଲମ୍ବା ଭାଷଣ ମାରୁଛନ୍ତି ହେଲେ ସରକାରଙ୍କ କାମ ଘର ଶୂନ ।’ ଆଜି ଦରଦାମକୁ ନେଇ ବିଜେଡି ବିକ୍ଷୋଭ କରୁଥିବା ବେଳେ ବିକ୍ଷୋଭସ୍ଥଳରେ ସରକାରଙ୍କୁ କଡା ନିଶାନା ସାଧି କିଛି ଏପରି କହିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।




