ଭୁବନେଶ୍ୱର: ଜାରି ହେଲା ଗାଇଡଲାଇନ । ଏଚଏମପି ଭାଇରସ ପାଇଁ ସଜାଗ ରହିବାକୁ ପରାମର୍ଶ ଦେଲେ ରାଜ୍ୟ ସରକାର । ଦେଶରେ ଏହି ଭୂତାଣୁକୁ ନେଇ ସବୁଠି ଭୟର ବାତାବରଣ ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ପାଖରେ ପଜିଟିଭ୍ ରେଜଲ୍ଟ ସାମ୍ନାକୁ ଆସିଛି । ତେବେ ଓଡ଼ିଶାରେ କୌଣସି ରୋଗୀଙ୍କ ପାଖରେ ଚିହ୍ନଟ ହୋଇନଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଓଡ଼ିଶାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ହସ୍ପିଟାଲରେ ଡାକ୍ତରୀ ଟିମ୍ ପ୍ରସ୍ତୁତ ଅଛନ୍ତି । ଥଣ୍ଡା, ଜର, କାଶ ତଥା ଶ୍ୱାସକ୍ରିୟାରେ ଅସୁବିଧାରେ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
Related Articles
Check Also
Close
-
ମଣ୍ଡା ମଇଁଷିକ ମିଳିଛି ଜାତୀୟ ସ୍ବୀକୃତିFebruary 19, 2023