Featuredଅନ୍ତର୍ଜାତୀୟ

ସ୍ୱପ୍ନ ନୁହେଁ ସତ ! ଏହି ସହରରେ ରହିଲେ ସରକାର ଦେବେ ୨୫ ଲକ୍ଷ ଟଙ୍କା

ଭୁବନେଶ୍ୱର: ସମସ୍ତେ ଏକ ଭଲ ସ୍ଥାନରେ ରହିବାକୁ ସ୍ୱପ୍ନ ଦେଖନ୍ତି । ଚେତନା ଫେରି ପାଇବା ପରେ ଲୋକମାନେ ସେମାନଙ୍କର ସ୍ୱପ୍ନର ଘର ବିଷୟରେ ଚିନ୍ତା କରିବା ଆରମ୍ଭ କରନ୍ତି । ଯଦି ତୁମର ଏହି ସ୍ୱପ୍ନ କୌଣସି ପ୍ରୟାସ ବିନା ପୂରଣ ହୋଇଯାଏ ତେବେ କଣ ହେବ ? ଏହି ପ୍ରଶ୍ନ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବା ନିଶ୍ଚୟ। କିନ୍ତୁ ବାସ୍ତବତା ହେଉଛି ଇଟାଲୀର ଏକ ସହରରେ ବସବାସ କରିବାକୁ ଲୋକଙ୍କୁ ୩୦,୦୦୦ ୟୁରୋ ପ୍ରଦାନ କରାଯାଉଛି। ୩୦,୦୦୦ ହଜାର ୟୁରୋ ଅର୍ଥାତ ଭାରତୀୟ ମୁଦ୍ରାରେ ତାହା ୨୫ ଲକ୍ଷ ଟଙ୍କା।

ଇଟାଲୀର ଅନେକ ସହରକୁ ଲୋକଙ୍କୁ ଆକର୍ଷିତ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନେଉଛି । ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଦକ୍ଷିଣ-ପୂର୍ବ ଇଟାଲୀର ପ୍ରେସିକ୍ସର ସହରର ଅଧିକାରୀମାନେ ଏହି ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ଯେଉଁମାନେ ଘର କିଣିବା ଏବଂ ମରାମତି ପାଇଁ ସହରର ଖାଲି ଘରେ ରହିବାକୁ ରାଜି ହୁଅନ୍ତି ସେମାନଙ୍କୁ ୩୦ ହଜାର ୟୁରୋ ଦିଆଯିବ।

ଏହି ରାଶି କେବଳ ଘର କିଣିବା ଏବଂ ରହଣି ପାଇଁ ଦିଆଯାଉଛି। ତେବେ ଏହି ଐତିହାସିକ ସହରରୁ ଲୋକମାନଙ୍କର ଦ୍ରୁତ ସ୍ଥାନାନ୍ତରଣ ହୋଇଥିଲା। ଯେଉଁଥିପାଇଁ ଏହି ସ୍ଥାନର ଜନସଂଖ୍ୟା ବହୁତ ହ୍ରାସ ପାଇଛି । ଏହି ନିଷ୍ପତ୍ତି ପଛର କାରଣ ହେଉଛି ପୁରାତନ ସହରର ସଂସ୍କୃତି ଜୀବନ୍ତ ରହିବା ଉଚିତ । ଫାଳରେ ଲୋକେ ଏଠାକୁ ଆସିବେ ଓ ଦେଶର ଅର୍ଥନୀତି ବଢ଼ିବାରେ ଲାଗିବ।

 

Related Articles

Back to top button
WP Twitter Auto Publish Powered By : XYZScripts.com