Featuredଜାତୀୟ

ଜମଶେଦପୁରରେ ୧୪୪ ଜାରି , ଇଣ୍ଟରନେଟ୍ ସେବା ବନ୍ଦ

ଧାର୍ମିକ ପତାକାକୁ ଅପମାନ କରିଥିବା କାରଣ ପାଇଁ ଝାଡ଼ଖଣ୍ଡର ଜମଶେଦପୁରରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ବିଶୃଙ୍ଖଳ ଜନତା ଦୋକାନ ବଜାର ଏବଂ ଯାନବାହନରେ ନିଆଁ ଲଗାଇ ଦେଇଛନ୍ତି। ଏହାପରେ ଜମଶେଦପୁରରେ ୧୪୪ ଜାରି ହୋଇଛି ଏବଂ ଇଣ୍ଟରନେଟ୍ ସେବା ବନ୍ଦ ରହିଛି।

ଶନିବାର ରାତିରୁ ଉକ୍ତ ଅଞ୍ଚଳରେ ଅଶାନ୍ତ ସ୍ଥିତି ଲାଗିଛି। ଏକ ସ୍ଥାନୀୟ ଅନୁଷ୍ଠାନର ସଦସ୍ୟମାନେ ରାମ ନବମୀ ପତାକାରେ ମାଂସ ଖଣ୍ଡ ଗୁଡ଼ାଯାଇଥିବା ଦେଖିବାପରେ ହିଂସା ଆରମ୍ଭ ହୋଇଥିଲା। ଉକ୍ତ ଘଟଣାରେ ୫୦ରୁ ଅଧିକ ବ୍ୟକ୍ତି ଗିରଫ ହୋଇଛନ୍ତି। ସହରରେ ବିଶାଳ ପୁଲିସ ବାହିନୀ ମୁତୟନ ହୋଇଛନ୍ତି। ଆଜି ସକାଳେ ପୁଲିସ ଫ୍ଲାଗ ମାର୍ଚ୍ଚ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com