ଭୁବନେଶ୍ୱର: ଆଜି ପ୍ରବାସୀ ଭାରତୀୟ ସମ୍ମିଳନୀର ଶେଷ ଦିବସ । ଉଦଯାପନୀ ଦିନରେ ନାରୀଙ୍କଶକ୍ତି ଓ ପ୍ରଭାବର ଉସôବର-ନାରୀଶକ୍ତି ବିଷୟ ଉପରେ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ଏହା ସହ ସଂସ୍କୃତି, ସମ୍ପର୍କ ଏବଂ ଆତ୍ମୀୟତାର ଗାଥା ଉପରେ ଆଲୋଚନା କରାଯିବ । ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଭାରତର ବୈଷୟିକ ରାଜଦୂତଙ୍କ ଉପଲବ୍ଧିର ସମ୍ମାନ ସମାରୋହ ଅନୁଷ୍ଠିତ ହେବ ।
ଶୁକ୍ରବାର ୧୨ଟା ୫୫ ରେ ଜନତା ମଇଦାନ ଯିବେ। ସେଠାରେ ପ୍ରବାସୀ ଭାରତୀୟ ଦିବସ ଅବସରରେ ବିଭିନ୍ନ ଷ୍ଟଲରେ ପ୍ରର୍ଦଶିତ ହୋଇଥିବା କଳା, ସଂସ୍କୃତି, ବରପୁତ୍ରଙ୍କ ବୀରଗଥା, ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀକୁ ବୁଲି ଦେଖିବାର କାର୍ୟ୍ୟକ୍ରମ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆୟୋଜିତ ମଧ୍ୟାହ୍ନ ଭୋଜନରେ ଯୋଗ ଦେବେ। ଦିନ ୩ଟାରେ ଉଦଯାପନୀ ଉତ୍ସବରେ ଯୋଗ ଦେବେ। ସେଠାରେ ପ୍ରବାସୀ ଭାରତୀୟଙ୍କୁ ସମ୍ମାନ ପ୍ରଦାନ କରିବେ। ତାପରେ ସାଢ଼େ ୪ଟା ରେ ଜନତା ମଇଦାନରୁ ବାହାରି ସିଧା ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଯାତ୍ରା କରିବେ। ସେଠାରୁ ସେ ଦିଲ୍ଲୀ ଫେରିଯିବାର କାର୍ୟ୍ୟକ୍ରମ ରହିଛି । ଗତକାଲି ପ୍ରବାସୀ ଭାରତୀୟ ଦିବସ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନେଦ୍ର ମୋଦି । ଏହି ଅବସରରେ ସେ କହିଥିଲେ ଯେ, ଭାରତର ସମୃଦ୍ଧ ସଭ୍ୟତାର ପ୍ରତିବିମ୍ବ ହେଉଛି ଓଡ଼ିଶା। ବିକଶିତ ଭାରତ ପାଇଁ ମେଡ ଇନ୍ ଇଣ୍ଡିଆ ଆପଣାଇବାକୁ ପ୍ରଧାନମନ୍ତ୍ରୀ ଅପିଲ୍ କରିଥିଲେ ।