ଓଡ଼ିଶା

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ

କେନ୍ଦ୍ରାପଡା, ୨୭/୦୭/୨୦୨୨- ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ସଂଜୀବ କୁମାର ସିଂ । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବଦଳି ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ସନ୍ତୋଷ କୁଣ୍ଡଙ୍କ ବଦଳି ନିମପୁରକୁ କରାଯାଇଥିଲା । ସେଠାରୁ ଡେରାବିଶ ବିଇଓଙ୍କ ଅଫିସକୁ ବଦଳି କରାଇଦେବାକୁ  ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସନ୍ତୋଷ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ । ପୂର୍ଵ ଯୋଜନା ମୁତାବକ ବୁଧବାର ଲାଞ୍ଚ ଟଙ୍କା ଡିଇଓ ତାଙ୍କ ଭଡା ଘରେ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ଏହାପରେ ତାଙ୍କ ବାସଭବନ, ଶ୍ୱଶୁର ଘର ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛନ୍ତି  ଭିଜିଲାନ୍ସ ଅଧିକାରୀ । ଜିଲ୍ଲାର କୌଣସି ସାମ୍ବାଦିକ ସ୍କୁଲ ଭିତରକୁ ଯାଇପାରିବେ ନାହିଁ ବୋଲି ଏହି ଜିଲ୍ଲା ଶିକ୍ଷା ଅଧିକାରୀ କିଛି ଦିନ ପୂର୍ବରୁ ନିର୍ଦ୍ଦେଶ ଜାରି କରିଥିଲେ  । ଚାକିରିରୁ ଅବସରର ୭ ଦିନ ଆଗରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଏହି ସରକାରୀ ବାବୁ ।

Related Articles

Back to top button
WP Twitter Auto Publish Powered By : XYZScripts.com