![](https://i0.wp.com/odia.mobilenews24x7.com/wp-content/uploads/2025/01/download-1-4.jpg?resize=259%2C195&ssl=1)
ଭୁବନେଶ୍ୱର: କିଏ ହେବ ପିସିସି ସଭାପତି? କେବେ ହେବ ଚୟନ? କାହାକୁ ବାଛିବେ କେନ୍ଦ୍ରୀୟ ନେତୃତ୍ୱ? ଖାଲି ପଡିଥିବା ପିସିସି ପଦବୀକୁ ନେଇ ଚାଲିଛି ବହୁ ଚର୍ଚ୍ଚା । ଆଉ କେତେ ଦିନ ଷ୍ଟିଅରିଂ କମିଟି ଅଧିନରେ ପରିଚାଳିତ ହେବ ଦଳ? ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଅନେକ କଂଗ୍ରେସ ନେତୃବୃନ୍ଦ ଭିନ୍ନ ଭିନ୍ନ ମନ୍ତବ୍ୟ ରଖୁଛନ୍ତି । ଏହାରି ଭିତରେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସଭାପତି ଚୟନରେ ଅନେକ ବିଳମ୍ବ ହେଉଛି । ଯେଉଁଥି ପାଇଁ କର୍ମୀ ବେଶ ହତାଶ୍ ହେଉଛନ୍ତି । ସଭାପତି ଯିଏ ବି ହେଉ ସେ ସମର୍ଥନ କରିବେ ସେ ମହମ୍ମଦ ମୋକିମ ହୁଅନ୍ତୁ ଅବା ଅନ୍ୟ କେହି କଂଗ୍ରେସ ବରିଷ୍ଠ । ସବୁଠୁ ରୋଚକ କଥା ସେ କହିଛନ୍ତି ଯେ ଦୁଇ ଦିନ ଭିତରେ ପିସିସି ସଭାପତି କିଏ ହେବ ସେ ନେଇ ଘୋଷଣା କରାଯିବ । ତେବେ ଦେଖିବା ବାକି ରହିଲା ଯେ କିଏ ହେଉଛନ୍ତି ପିସିସି ମୁଖିଆ ଓ କେବେ ଏହାର ଘୋଷଣା କରାଯାଉଛି ।