
ଭୁବନେଶ୍ୱର: ସାଧାରଣ ଜନତାଙ୍କ ପରେ ଏବେ ନେତାଙ୍କ ଘରେ ଲୁଟ । ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଲୁଟ ହୋଇଛି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ କିଛି ଦୁର୍ବୃତ୍ତ ପଶି ଚୋରି କରିଛନ୍ତି । ନୟାପଲ୍ଲୀ ସ୍ଥିତ ତାଙ୍କ ବାସଭବନରୁ ସୁନା ଗହଣା ଲୁଟ ହୋଇଛି । ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେବେ ପୁଲିସ ଏନେଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଦେଇଛି ।